ଗଣତନ୍ତ୍ରରେ ଜନତା ଜନାର୍ଦ୍ଦନ ସବୁକିଛି, ନବୀନ ଏହାକୁ ଭୁଲିଗଲେ କେମିତି ?

ଅର୍ଗସ ବ୍ୟୁରୋ: ସେତେବେଳେ ମଣିଷ ନେତାକୁ କାଳିଆ ଠାକୁର ସାଙ୍ଗରେ ବି ତୁଳନା କରିବାକୁ ଧରାକୁ ସରା ମଣିବାର ପ୍ରତିଶବ୍ଦ ବି କୁହାଯାଇପାରିବ । ସେହି ନବୀନ ବାବୁ ନିର୍ବାଚନ ହାରିପାରନ୍ତି ଇଏ ଆଶ୍ଚର୍ଯ୍ୟ । କଣ୍ଟାବାଞ୍ଜିରେ 16,344 ଭୋଟ୍ରେ ହାରିଲେ । ପାରମ୍ପାରିକ ହିଞ୍ଜିଳିରୁ ବିଜେପିର ସାଧାରଣ ନାଗରିକ ପ୍ରାର୍ଥୀଠୁ କେତେ ରାଉଣ୍ଡରେ ପଛରେ ଚାଲିବା ପରେ 4636 ଭୋଟ୍ରେ ହାରୁ ହାରୁ ଜିତିଲେ । ନବୀନଙ୍କ ପରାଜୟ ଭିତରେ ଓଡ଼ିଆ ଜନତା ଦେଖିଛନ୍ତି ଗଣତନ୍ତ୍ରର ଜୟ । ଦେଖନ୍ତୁ ନବୀନଙ୍କ ନିର୍ବାଚନୀ ଯାତ୍ରାର ଅଙ୍କ ଗଣିତ- ହିଞ୍ଜିଳିରୁ ୨୦୧୯ରେ ୬୦ ହଜାର ୧୬୦ ଓ ବିଜେପୁରରୁ ୫୭ ହଜାର ୧୨୨ ଖଣ୍ଡ ଭୋଟ୍ରେ ଜିତିଥିଲେ । ୨୦୧୪ରେ ହିଞ୍ଜିଳିରୁ ୭୬,୫୮୬ ଖଣ୍ଡ ଭୋଟ୍ରେ ଜିତିଥିଲେ । ୨୦୦୯ରେ ୬୧ ହଜାର ୨୭୩ ଭୋଟ୍ରେ ବିଜୟୀ ହୋଇଥିଲେ ନବୀନ ।
ଗଣତନ୍ତ୍ରରେ ଜନତା ଜନାର୍ଦ୍ଦନ ନବୀନ ଭୁଲିଗଲେ କେମିତି । କେମିତି ଭାବିନେଲେ ଯେହେତୁ ଓଡ଼ିଆ ଲୋକ ତାଙ୍କୁ ଭଲ ପାଉଛନ୍ତି, ସେ ଯାହାଙ୍କୁ ବି ତାଙ୍କ ପ୍ରତିନିଧି କରିବେ ଓଡ଼ିଶା ବାସୀ ଆଖି ବୁଜି ଅନ୍ଧ ହୋଇ ତାଙ୍କୁ ସମର୍ଥନ କରିବେ । ଲୋକ ଦେଖାଇଲେ ଲୋକ ଶକ୍ତି । କେବଳ ଦଳର ସୁପ୍ରିମୋ ନୁହନ୍ତି, ବିଜେଡିର ୧୧ ମନ୍ତ୍ରୀ ଓ 58 ବିଧାୟକ ପରାସ୍ତ ହୋଇଛନ୍ତି । ମୋଦି ସୁନାମିରେ ବିଜୁ ଜନତା ଦଳର ବହୁ ହେଭିଓ୍ବେଟ ପରାଜୟର ସ୍ବାଦ ଚାଖିଛନ୍ତି । ଭୁବନେଶ୍ବର ଏକାମ୍ରରେ ଅଶୋକ ପଣ୍ଡା, ମହାକାଳପଡ଼ାରେ ଅତନୁ ସବ୍ୟସାଚୀ, ଟିଟିଲାଗଡ଼ରେ ଟୁକୁନି ସାହୁ, ବିଜେପୁରରେ ରୀତା ସାହୁ, ଭଟଲିରୁ ସୁଶାନ୍ତ ସିଂହ, ଭଞ୍ଜନଗରରେ ବିକ୍ରମ ଆରୁଖ, ବୌଦ୍ଧରେ ପ୍ରଦୀପ ଅମାତ ହାରିଛନ୍ତି ।
ସେହିପରି ସୁକିନ୍ଦାରେ ପ୍ରୀତିରଞ୍ଜନ ଘଡ଼େଇ, କାମାକ୍ଷନଗରରେ ପ୍ରଫୁଲ୍ଲ ମଲ୍ଲିକ, କରଞ୍ଜିଆରେ ବାସନ୍ତୀ ହେମ୍ବ୍ରମ, ବିଷମକଟକରେ ଜଗନ୍ନାଥ ସାରକା ଓ ମୟୂରଭଞ୍ଜ ଲୋକସଭାରୁ ସୁଦାମ ମାର୍ଣ୍ଡି ପରାଜିତ ହୋଇଛନ୍ତି ।ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବା ବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ଆସନରୁ ହାରି ଯାଇଛନ୍ତି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର:
