Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ପାଇଁ ଲୋକେ ଡହଳବିକଳ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାଣି ପାଇଁ ଲୋକେ ଡହଳବିକଳ

ଅର୍ଗସ ବ୍ୟୁରୋ:  ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ନାଗପଡା ପଞ୍ଚାୟତ ର ଭୂଇଁପାଣି ଗାଁ। ଗାଁରେ ଶତାଧିକ ଚାଷୀ ଵସଵାସ କରୁଥିଵା ଵେଳେ । ପାଣି ସାଜିଛି ମୁଖ୍ୟ ସମାସ୍ୟ ।  ଗାଁ ନିକଟ ଦେଇ ଯାଇଛି ଏକ ଜଙ୍ଗଲୀ ନାଳ l ଏହି ନାଳ ଉପରେ ଏହି ଅଞ୍ଚଳର ଚାଷ ପ୍ରାୟ ନିର୍ଭରଶୀଳ। ତେବେ ନିଅଣ୍ଟିଆ ବର୍ଷା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପାଣି ଅଭାବରୁ ସ୍ଥାନୀୟ ଅଞ୍ଚଳର ଚାଷ ସବୁ ମରିବାକୁ ଵସିଲାଣି ଯାହାକୁ ନେଇ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି।

ପାଣି ସମସ୍ୟାର ସମାଧାନ ପାଇଁ ଗାଁ ପାଖରେ ଥିବା ସିଲେଟପାଣିରେ ଏକ ଚେକ ଡ୍ୟାମ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଅଞ୍ଚଳଵାସୀ ଦାବି କରି ଆସୁଥିଲେ ସୁଦ୍ଧା କୈଣସି ସୁଫଳ ମିଳିନି। ଖଡ଼ିଆଳ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ସରକାରୀ ବାବୁ ମାନେ ଜାଗା ପରିଦର୍ଶନ କରି ଯାଇଛନ୍ତି ମାତ୍ର ଏଯାଏଁ କାମ ଆରମ୍ଭ ହୋଇନି।  ଏପଟେ ପାଣି ସମସ୍ୟା ପାଇଁ ଚାଷ କାର୍ଯ୍ୟ ବାଧଆପ୍ରାପ୍ତ ହେଉଛି।

ବଣ ପାହାଡ ଘେରା ଭୂଇଁପାଣି ପାଣି ପାଣି ସମସ୍ୟା ସାଜିଛି ଚିନ୍ତାର କାରଣ। ଆଖପାଖରେ ନିଯୁକ୍ତିର କୈଣସି ସୁଯୋଗ ନଥିବା ବେଳେ ଚାଷ କାର୍ଯ୍ୟ କରି ପରିବାର ଚଳାଉଥିବା ଚାଷୀଙ୍କ ପାଇଁ ପାଣି ସମସ୍ୟା ମୁଣ୍ଡବନ୍ଧାର କାରଣ ପାଲଟିଛି। ଲାଗୁଛି ଇଦ୍ର ଦେବଙ୍କ ପରି ସରକାରୀ ଯୋଜନା ମଧ୍ୟ ଏହି ଅଞ୍ଚଳବାସୀଙ୍କ ଉପରେ କୋପ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
People are struggling for water | Argus News