Videos
|
Odisha

ଓଡିଶାରେ ସତ୍ତା ପରିବର୍ତ୍ତନ ପାଇଁ ଆଜିର ଲୋକମାନଙ୍କ ମତଦାନ- ଧର୍ମେନ୍ଦ୍ର

Smruti Parija
Browse all articles by Smruti Parija
·2 years ago·2 min read
ଓଡିଶାରେ ସତ୍ତା ପରିବର୍ତ୍ତନ ପାଇଁ ଆଜିର ଲୋକମାନଙ୍କ ମତଦାନ- ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଫେଜ ନିର୍ବାଚନ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ସତ୍ତା ବିରୋଧୀ ଲହର ଦେଖାଦେଇଛି । ପରିବର୍ତ୍ତନ ପାଇଁ ଲୋକମାନେ ଭୋଟ ଦେଉଛନ୍ତି । 24 ବର୍ଷର ବିଫଳତା, କୁଶାସନ, ସମ୍ବେଦନହୀନତା, ଓଡ଼ିଆ ଅସ୍ମିତାକୁ ବୁଝାମଣା କରୁଥିବା କାରଣରୁ ଓଡ଼ିଶାରେ ପରିବର୍ତ୍ତନ କରିବା ପାଇଁ ଲୋକ ମନ ବନେଇଛନ୍ତି । 21ଟି ଲୋକସଭା ବିଜେପି ସମର୍ଥନରେ ଯିବ । ଓଡ଼ିଆ ଲୋକମାନେ ଆଶୀର୍ବାଦ କରିବେ । ପ୍ରଧାନମନ୍ତ୍ରୀଙ୍କୁ ଲୋକ ମାନେ ଭରସା କରିଛନ୍ତି । ଦଶନ୍ଧି ଧରି କଂଗ୍ରେସକୁ ଓଡ଼ିଶା ସେବା କରିବାର ଅବସର ଦେଲେ ଓଡ଼ିଶାବାସୀ । ଆଉ ବିଗତ 24 ବର୍ଷ ଧରି ବିଜେଡିକୁ ଅବସର ଦେଲେ । ପ୍ରଥମ ଥର ପାଇଁ ବିଜେପିକୁ ଓଡ଼ିଶାର ସେବା କରିବାକୁ ଓଡ଼ିଆ ଲୋକ ମାନେ ଅବସର ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାକୁ ବିଜେପି ଦେଶରେ ଏକ ନମ୍ବର ରାଜ୍ୟ କରିବ । ଏହା ଉପରେ ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟି ଦେଇଛନ୍ତି । 

ମୁଖ୍ୟମନ୍ତ୍ରୀ ଚେହେରା କିଏ ପ୍ରଶ୍ନରେ ଧର୍ମେନ୍ଦ୍ରଙ୍କ ଉତ୍ତର...

ଆମର ପରମ୍ପରା ନାହିଁ । ଆମର ଏହା ରଣନୀତି । ଆମେ ବିଜେପି ନାଁରେ ଭୋଟ ମାଗୁଛୁ । ପ୍ରଧାନମନ୍ତ୍ରୀଙ୍କ ପ୍ରଣାଳୀରେ ଭୋଟ ମାଗୁଛୁ । ଭାରତ ବିଶ୍ୱରେ ଏକ ପ୍ରଭାବଶାଳୀରେ ଦେଶରେ ପରିଣତ ହୋଇଛି । ଏହାକୁ ଆଧାର କରି ବିଜେପି ଭୋଟ ମାଗୁଛି । ଗରିବଙ୍କ ପାଇଁ ଘର, ପିଇବା ପାଣି, ଶୌଚାଳୟ, ବ୍ୟାଙ୍କ ଖାତା, ମାଗଣାରେ ଚାଉଳ, ଲକ୍ଷପତି ଦିଦି, ଓଡ଼ିଶାରେ ଧାନ ଦର 3100 ଟଙ୍କା, ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ 50 ହାଜର ଟଙ୍କା, ବାର୍ଦ୍ଧକ୍ୟ, ବିଧବା ଏବଂ ଦିବ୍ୟାଙ୍ଗ ଭତ୍ତା 3000 ଟଙ୍କା କରିବା ଓଡ଼ିଶାରେ ବିଜେପି ପାଇଁ ପ୍ରସଙ୍ଗ । ଏ ସବୁ ଉପରେ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ଅଛି । ତେଣୁ ସେମାନଙ୍କ ମନରେ ଡର ପଶିବା ସ୍ବାଭାବିକ ।

ଉତ୍ତରପ୍ରଦେଶରେ 2017ରେ ଯୋଗୀ ଆଦିତ୍ୟନାଥଙ୍କ ନାଁ ଘୋଷଣା ହୋଇଥିଲା କି ? ଯୋଗୀ ଆଦିତ୍ୟନାଥ ସେଠାରେ ଆଜି ବିକାଶର ଚରମ କାମ କରୁଛନ୍ତି । ଛତିଶଗଡରେ ବିଷ୍ଣୁ ଦେବ ସାଏଙ୍କ ନାଁ ଘୋଷଣା ହୋଇନଥିଲା । ବିଜେପି ଜିତିଲା ପରେ ସେ ଆଜି ସେଠାରେ ମୁଖ୍ୟମନ୍ତ୍ରୀ । ଭଜନଲାଲ ଶର୍ମା ଏବଂ ମୋହନ ଯାଦବ ମଧ୍ୟ ବିଜେପି ଜିତିବା ପରେ ସେ ସବୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେଲେ । ତେଣୁ ଆମ ପାଖରେ ବି ବହୁତ ନାଁ ଅଛି । ଯାହା ପାଖରେ ନାଁ ନାହିଁ, ଭଡ଼ାରେ ଆଣି ନାଁ ଘୋଷଣା କରିବାର ବ୍ୟଗ୍ରତା ଅଛି । ଆଜି ସେମାନଙ୍କ ଭିତରେ ଭାରି ଉତ୍କଣ୍ଠା । ପ୍ରଧାନମନ୍ତ୍ରୀ ନିଷ୍ପତି କରିବେ । ସଠିକ୍ ସମୟରେ ସଠିକ୍ ନିର୍ଣ୍ଣୟ ପ୍ରଧାନମନ୍ତ୍ରୀ ଏବଂ ବିଜେପିର ସଂସଦୀୟ ବୋର୍ଡ ନେବ ବୋଲି ଭରସା ଅଛି । ବିଜେପିକୁ ଭରସା କରାଯାଉ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମେ 5 ଜଣ ଲୋକ ବସିଥିଲୁ । ଆମେ 5 ଜଣ ଏକ । ପଦ୍ମର ଗୋଟିଏ ଗୋଟିଏ ପାଖୁଡ଼ା ଆମେ । ଯେଉଁମାନେ ମେରୀ ରାୟ ଶାସନ କରିବା ପାଇଁ ଚାହୁଁଛନ୍ତି, ଖଣ୍ଡି ଓଡ଼ିଆ କହୁଛନ୍ତି, ଓଡ଼ିଆ ଅସ୍ମିତାକୁ ବୁଝି ନାହାନ୍ତି, ସଂସ୍କୃତି ବିଷୟରେ ଅବଗତ ନାହାଁନ୍ତି, ସେମାନଙ୍କ ମନରେ ଡର ହେବା ସ୍ବାଭାବିକ । 

ଆହୁରି ପଢନ୍ତୁ ରାଜନୀତି ଖବର...

'People are voting for change-said-dharmendra-radhan-on-todays-press-meet | Argus News