Videos
|
Odisha

ପକ୍କା ରାସ୍ତା ନଥିବାରୁ ଲୋକେ ହେଉଛନ୍ତି ହନ୍ତସନ୍ତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପକ୍କା ରାସ୍ତା ନଥିବାରୁ ଲୋକେ ହେଉଛନ୍ତି ହନ୍ତସନ୍ତ

ଅର୍ଗସ ବ୍ୟୁରୋ: ଆଜିଭି ଅଭିଭକ୍ତ କୋରାପୁଟ ଜିଲାରେ ଏମିତି ଅନେକ ଗ୍ରାମ ରହିଛି ଜୋଉଠି ଆଜି ଭି ସରକାରୀ ସୁବିଧା ସାତ ସପନ | ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ କେମିତି ପକା ରାସ୍ତା ନଥିବାରୁ ନାକେଦମ ହେଉଛନ୍ତି କୋରାପୁଟ ଜିଲାର ପଟାଙ୍ଗି ବ୍ଲକର ସେସ ମୁଣ୍ଡରେ ରହୁଥିବା ସମ୍ବାଇ ପଞ୍ଚାୟତ ଟେଟେଡ଼ିଗୁଡା ଗ୍ରାମବାସି । ଆଜିକି 40 ରୁ ଅଧିକା ବର୍ଷ ଧରି ଏହି ଗ୍ରାମରେ  ବସବାସ କରି ଆସୁଛନ୍ତି ପ୍ରାୟ 30 ରୁ ଅଧିକା ପରିବାର| ତଥାପି ଆଜି ପର୍ଯ୍ଯନ୍ତ ରାଜ୍ୟ ସରକାର ଏମାନ ଙ୍କୁ ଯୋଗାଇ ପାରିଲେ ନାହି ଆବଶ୍ୟକତା ମୁତାବକ ସମସ୍ତ ସରକାରୀ ସୁବିଧା ଯାହା ଫଳରେ ଆଜି ଭି ଏହି ଗ୍ରାମର ଲୋକମାନେ ବିପଦ ପୂର୍ଣ ଘାଟି ପାହାଡପର୍ବତ ଉପରେ ପାହାଡ଼ ସୋଦୃଶ ବଡ଼ବଡ଼ ପୋଥର ରାସ୍ତା ସହିତ ଏକ  ନଦୀ ଦେଇ ନିଜ ଜୀବନ କୁ ବାଜି ଲଗାଇ ଯାତାୟାତ କରୁଛନ୍ତି |

ଅନ୍ୟପଟେ ଗ୍ରାମର ସମାଜସେବିଙ୍କ କହିବା ଅନୁଯାଇ ଏହି ଗ୍ରାମ କୁ ଗ୍ରୀଷ୍ମ ଦିନେ ତ କେମିତି କେମିତି ଗମନା ଗମନ କରିହୁଏ କିନ୍ତୁ ବର୍ଷା ଦିନ କଥା କହିଲେ ନ ସରେ | କାରଣ ବର୍ଷା ଦିନେ ଯାତାୟତ ସମ୍ପୂର୍ଣ ଠପ ହୋଇଯାଏ | ନା ଛାତ୍ର ଛାତ୍ରୀ ମାନେ ପାଠ ପଢିବା କୁ ସ୍କୁଲ ଯାଇ ପାରନ୍ତି ନା କୋଉ ରୋଗୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇପାରେ ନା ସେମାନ ଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚିପାରେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
People are wandering because there is no paved road | Argus News