Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - କେନାଲ ଭିତରେ ଶବ ବୋହିଲେ ଲୋକେ

Odisha

କେନାଲ ଭିତରେ ଶବ ବୋହିଲେ ଲୋକେ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କେନାଲ ଭିତରେ ଶବ ବୋହିଲେ ଲୋକେ

ଅର୍ଗସ ବ୍ୟୁରୋ:  ଛାତିଏ ପାଣିରେ ଗଲା ଶତାୟୁ ଶବ । କେନାଲ ଭିତରେ ଶବ ବୋହିଲେ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି,   କଟକ ଜିଲ୍ଲା ନିଆଳି ବ୍ଲକ କୃଷ୍ଣପ୍ରସାଦ ପଞ୍ଚାୟତ ନୂଆ ବେତେଣ୍ଡା ଗାଁରେ । ଗାଁର ଜଣେ ଶତାୟୁ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଲୋକେ କୋକେଇ କାନ୍ଧେଇ ଛାତିଏ ପାଣିରେ ପଶି ଅତିକ୍ରମ ସଂସ୍କାର କରିବାକୁ ନେଇଛନ୍ତି । ଏହି ଅଞ୍ଚଳରେ କାକଟପୁର ବ୍ରାଞ୍ଚ କେନାଲ ଉପରେ ବ୍ରିଜ୍ ନଥିବା ହେତୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।  ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ସମସ୍ୟା ହୋଇପାରୁନି ସମାଧାନ ।

ରାସ୍ତା କି ପୋଲ ନଥିବା ହେତୁ ପାଣି ଭିତରେ ପଶି ଲୋକେ ଯିବା ଆସିବା କରୁଛନ୍ତି । ହେଲେ କେନାଲ ଭିତରେ ଶବ ବୋହିବା ଘଟଣା ବିଜେଡି ସରକାରର ମିଛ ବିକାଶର ପୋଲ୍ ଖୋଲି ଦେଇଛି । ଆଗାମୀ ଦିନରେ ସମସ୍ୟାର ସମାଧାନ କରାନଗଲେ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଲୋକେ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
People carried the dead body inside the canal | Argus News