Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଶୁଦ୍ଧ ପାଣି ପାଇଁ ଲୋକେ ଡହଳ ବିକଳ

Odisha

ବିଶୁଦ୍ଧ ପାଣି ପାଇଁ ଲୋକେ ଡହଳ ବିକଳ

Ritu Das
Browse all articles by Ritu Das
·2 years ago·2 min read
ବିଶୁଦ୍ଧ ପାଣି ପାଇଁ ଲୋକେ ଡହଳ ବିକଳ

ଅର୍ଗସ ବ୍ୟୁରୋ: ବାଙ୍କୀରେ ଦେଖାଦେଇଛି ପାନୀୟ ଜଳର ଘୋର ସମସ୍ୟା। ଏହି ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ପାନୀୟ ଜଳ ଏବେ ମୁଖ୍ୟ ସମସ୍ୟା ପାଲଟିଛି। ମହାନଦୀର ଅବବାହିକାରେ ଏହି ଅଞ୍ଚଳଟି ଥିଲେ ମଧ୍ୟ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ବାଙ୍କୀ ବ୍ଲକର ବଳଭଦ୍ରପୁର, ବୈଦେଶ୍ଵର କାଳିପୋଇ, ପୁଇଁଚା, ଅନୁଆରୀ, ବାଉଁଶପୁଟ, ଓସ୍ତିଆ ଓ ରତାଗଡ଼ ଭଳି ଅନେକ ପଞ୍ଚାୟତରେ ଏବେବି ପାନୀୟ ଜଳ ସମସ୍ୟା ଲାଗି ରହିଛି। ଲୋକେ ବିଶୁଦ୍ଧ ପାଣି ବୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି। 

ସେହିପରି ଡମପଡା ବ୍ଲକର ହରିରାଜପୁର. ଢଂସର. ରଗଡି. ଡମପଡା. ତାଳବସ୍ତ ଭଳି ପଞ୍ଚାୟତ ମାନଙ୍କରେ ମଧ୍ୟ ସେହି ସମାନ ସ୍ଥିତି ଦେଖିବାକୁ ମିଳିଛି।ଲୋକେ ମାଇଲ ମାଇଲ ବାଟ ଗରା. ମାଠିଆ ଧରି ଯାଉଛନ୍ତି ପାଣି ପାଇଁ। ଏହି ନିର୍ବାଚନ ମଣ୍ଡଳୀରେ ୫ଥର ମଧ୍ୟରୁ ବିଜେଡିର ପ୍ରଭାତ କୁମାର ତ୍ରିପାଠୀ ଚାରି ଥର ବିଧାୟକ ଏବଂ ତାଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ଗତ ଥର କ୍ଷମତାକୁ ଆସିଥିଲେ ମଧ୍ୟ ପାନୀୟ ଜଳ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି। 
କେବଳ ଫଳକ ଉପରେ ଫଳକ ଏଠି ଉଦଘାଟନ କରି ନିଜର ଦାୟିତ୍ୱ ସାରି ଦେଇଛନ୍ତି। ଯାହାକୁ ନେଇ ବାଙ୍କୀର ବୁଦ୍ଧିଜୀବୀ ମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବିଜେପି ବିଧାୟକ ପାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଏହାକୁ ଦୃଢ଼ ନିନ୍ଦା କରିବା ସହିତ ଆଗାମୀ ଦିନରେ ସେ କ୍ଷମତାକୁ ଆସିଲେ ସର୍ବପ୍ରଥମେ ଏହି ମୁଖ୍ୟ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି। 

 ବାଙ୍କୀ ଡମପଡା ବ୍ଲକ ସଭାପତି ଅସିତ ବରଣ ପଟ୍ଟନାୟକ ମଧ୍ୟ ବାପ ପୁଅକୁ ବିଦେଶୀ ଲୋକ କହିବା ସହିତ ବାଙ୍କୀ ପାଇଁ ତାଙ୍କର କୌଣସି ଆନ୍ତରିକତା ନାହିଁ ବୋଲି କହିଛନ୍ତି। ଓଡିଶାର ବଡ଼ ନଦୀ ମହାନଦୀ କୂଳରେ ବାଙ୍କୀବାସୀ ଥାଇ ମଧ୍ୟ ବିଶୁଦ୍ଧ ପାଣିରୁ ବଞ୍ଚିତ ହେଉଛୁ। 25ବର୍ଷ ର ନବୀନ ବାବୁଙ୍କ ଶାସନ ଏବଂ ବାଙ୍କୀରେ ବାପାପୁଅଙ୍କ 25ବର୍ଷରେ ଏ ହେଉଛି ବାଙ୍କୀର ବାସ୍ତବ ଚିତ୍ର। ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗେଇବାରେ ବିଫଳ ହୋଇ ମିଛ ବିକାଶର ଡିଣ୍ଡିମ ପିଟୁଛନ୍ତି ସରକାର ବୋଲି କହିଛନ୍ତି କଂଗ୍ରେସ ନେତା। ଏଥର ସାଧାରଣ ନିର୍ବାଚନରେ ଲୋକେ ବାଲଟ ପେପରରେ ତାହାର ଜବାବ ଦେବେ ବୋଲି କହିଛନ୍ତି ବାଙ୍କୀର ବୁଦ୍ଧିଜୀବୀ, ବରିଷ୍ଠ ସାମ୍ବାଦିକ ଏବଂ ବିରୋଧୀ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
People clamor | Argus News