Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘର ବାହୁଡା଼ ହେଲେ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକେ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଘର ବାହୁଡା଼ ହେଲେ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକେ

ଅର୍ଗସ ବ୍ୟୁରୋ:  ଇଏ ଦଇବର ଦାଉ। କେଇ ଘଣ୍ଟାର ଝଡ଼ ପବନ ଉଜାଡ଼ି ଦେଲା ସବୁ କିଛି। ଜୀବନ ସିନା ବଞ୍ଚିଗଲା କିନ୍ତୁ ଏବେ ଚାଲିଛି ଜିଇଁବା ପାଇଁ ସଂଘର୍ଷ। ଦାନା ଜନିତ ପବନ ଓ ବର୍ଷା ଏ ଗରିବଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ସତ କିନ୍ତୁ ଛଡ଼ାଇ ନେଇପାରି ନାହିଁ ବଞ୍ଚିବାର ଇଚ୍ଛା। ପୁଣି ଅଣ୍ଟା ସଳଖି ଛିଡ଼ା ହେବାକୁ ହେବ, ସେଥିପାଇଁ ତ ଭୋକ ପେଟରେ ବି ସଜଡ଼ା ଚାଲିଛି ଉଜୁଡ଼ା ଘର। ପଲିଥିନ୍ ପକାଇ କଚ୍ଚା ଘରର ଛାତ ଢାଙ୍କିବାରେ ବ୍ୟସ୍ତ ଅସହାୟ ପରିବାର। କାଦୁଅ ଭର୍ତ୍ତି ଘର ଭିତରେ ସଜାଡୁଛନ୍ତି ଘରକରଣା ଜିନିଷ।

ବାତ୍ୟା ପରେ ନଦୀକୁଳିଆ ଗାଁ ଗୁଡ଼ିକରେ ସ୍ଥିତି ଅସମ୍ଭାଳ। ଉଦଳା ବ୍ଲକ୍ ରାଢ଼ୋ ପଞ୍ଚାୟତର ଦାଢ଼ିଆସାହି, ନୁଆସାହି, ଟୁଲଖାଣିଆ । ଟାଙ୍ଗଣା ନଦୀ କୂଳବର୍ତ୍ତୀ ଏ ଗାଁ ଗୁଡିକରୁ ଲୋକଙ୍କୁ ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର କରାଯାଇଥିଲା । ଘରକୁ ଫେରିବା ପରେ ଅଧିକାଂଶଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ। ଗରିବଙ୍କୁ ଆବାସ ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୋଜନା ଅଛି। କିନ୍ତୁ ବିଜେଡି ସରକାରର ଚରମ ଅବହେଳା ଓ ଅପାରଗତାର ଶିକାର ଏମାନଙ୍କ ଭଳି ଲକ୍ଷ ଲକ୍ଷ ଓଡ଼ିଆ। ଏବେ ଆଶା ବିଜେପି ସରକାରରେ ବଦଳିବ ଭାଗ୍ୟ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
People in storm shelters when houses are damaged | Argus News