Videos
|
Odisha

କାଦୁଅ ରାସ୍ତାରେ ଦୁର୍ଦ୍ଦଶା ଭୋଗୁଛନ୍ତି ପାଞ୍ଚଟି ଗାଁର ଲୋକେ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କାଦୁଅ ରାସ୍ତାରେ ଦୁର୍ଦ୍ଦଶା ଭୋଗୁଛନ୍ତି ପାଞ୍ଚଟି ଗାଁର ଲୋକେ

ଅର୍ଗସ ବ୍ୟୁରୋ:  ଭଲ ରାସ୍ତା ଖଣ୍ଡିଏ ମିଳିବ ମିଳିବ କହି ଚାଲିଗଲା ପଚିଶ ବର୍ଷ। ନା ମିଳିଲା ରାସ୍ତା ନା ସରିଲା ଦୁର୍ଦ୍ଦଶା। ପଚିଶ ବର୍ଷ କାଳ ଭଣ୍ଡେଇ ଚାଲିଲା ବିଜେଡି ସରକାର। ଶେଷରେ ଉପାୟ ନ ପାଇ କାଦୁଅ ରାସ୍ତାରେ ଧାନ ତଳିରୋଇ କଲେ ନିଆରା ପ୍ରତିବାଦ। ଆମେ କହୁଛୁ, ଖଣି ଖାଦାନରେ ଭରା କେନ୍ଦୁଝର ଜିଲ୍ଲାର କଥା। ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଭଅଁରପୁର ପଞ୍ଚାୟତ ଦୁର୍ଗମ ବନବିର ସମେତ ଆଖପାଖ ପାଞ୍ଚଟି ଗାଁର ଲୋକେ ରାସ୍ତା ନ ଥିବାରୁ ଆଜି ବି ଭୋଗୁଛନ୍ତି ନର୍କ ଯନ୍ତ୍ରଣା। ବର୍ଷା ଟିକେ ହେଲେ ଏ ରାସ୍ତା ଠପ ହୋଇଯାଉଛି ଗମନାଗମନ ।

ଏହି ରାସ୍ତା ଉପରେ ବନବିର, ସମେତ ଆଖପାଖ ପାଞ୍ଚଟି ଗାଁର ପ୍ରାୟ ୩ ହଜାର ଲୋକ ନିର୍ଭରଶୀଳ। ରାସ୍ତା ଟି କାଦୁଅରେ ଭର୍ତ୍ତି ହୋଇ ରହିଥିବାରୁ ଆମ୍ବୁଲାନ୍ସ ଟିଏ ଗାଁ ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ। ଫଳରେ ନିକଟ ଅତୀତରେ ରୋଗୀ କିମ୍ବା ଗର୍ଭବତୀଙ୍କୁ ସିଧା ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଉଥିବା ନଜିର ମଧ୍ୟ ରହିଛି। ସେହିଭଳି ଏହି ରାସ୍ତା ଟି ବର୍ତ୍ତମାନ ଏକ ମରଣଯନ୍ତା ପାଲଟିଛି।  ଏହି ରାସ୍ତାରେ ଅନେକ ଲୋକଙ୍କର ଜୀବନ ମଧ୍ୟ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ରାସ୍ତା ସମସ୍ୟାର ସମାଧାନ କରିବା ପାଇଁ ନୂତନ ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଅନୁରୋଧ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ଦୃଢ଼ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
People of five villages are suffering on the muddy road | Argus News