|
logo
Live

Argus News - ପିଇବା ପାଣି ଟୋପେ ପାଇଁ ଓଡ଼ିଶାବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା

Odisha

ପିଇବା ପାଣି ଟୋପେ ପାଇଁ ଓଡ଼ିଶାବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପିଇବା ପାଣି ଟୋପେ ପାଇଁ ଓଡ଼ିଶାବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା

ଅର୍ଗସ ବ୍ୟୁରୋ:  ଗାଁ ର ଶୋଭା ବର୍ଦ୍ଧନ କରୁଛି ବସୁଧା ଯୋଜନାରେ ନବ ନିର୍ମିତ ଓଭର ହେଡ ଟ୍ୟାଙ୍କ । ପ୍ରତି ଘର ସମ୍ମୁଖରେ ଠିଆ ହୋଇଛି ଷ୍ଟାଣ୍ଡପୋଷ୍ଟ । ହେଲେ ଏଥିରେ ପାଣି ଆସୁନି । ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଗଂଜାମ ଜିଲା ବେଲଗୁଣ୍ଠା ବ୍ଲକ ସରନୁଆଁ ପଲ୍ଲୀ ଗାଁ ର ଚିତ୍ର । ଏବେ ଅସହ୍ୟ ଗ୍ରୀଷ୍ମପ୍ରବାହ କାରଣରୁ କୂଅ ପୋଖରୀ ଶୁଖିଲା ପଡିଥିବା ବେଳେ ଗାଁ ର ଶତାଧିକ ପରିବାର ପାଣି ଟିକିଏ ପାଇବା ପାଇଁ ବ୍ୟାକୁଳ ହେଉଛନ୍ତି । ଗାଁ ଠାରୁ ଦୁରରେ ଥିବା ଠାକୁରାଣୀ ମନ୍ଦିର ନିକଟ ଏକ ମାତ୍ର ନଳକୂପ ଗ୍ରାମବାସୀଙ୍କ ସାହା ଭରଷା ପାଲଟିଛି । ସେହି ନଳକୂପ ରୁ ହିଁ ମିଳୁଛି ମଧୁର ଜଳ । ପାଣି ଟିଏ ପାଇବା ପାଇଁ ମହିଳାଙ୍କ ମଧ୍ୟରେ ଏକ ପ୍ରକାର କସରତ କରୁଥିବା ଦେଖିବାକୁ ମିଳୁଛି । ସକାଳରୁ ରାତି ଯାଏଁ ଏଠି ପାଣି ପାଇଁ ମହିଳାଙ୍କ ଭିଡ଼ । ସବୁ କାମକୁ ପଛରେ ପକାଇ ପାଣି ସଂଗ୍ରହ କରିବା ପାଇଁ ଲାଗି ପଡ଼ିଥାନ୍ତି ମହିଳା ମାନେ । ପାଣି ଗରାଏ ଲେଖାଏଁ କିଏ ମୁଣ୍ଡ ରେ ତ କିଏ କାଖରେ ଧରି ଲମ୍ବା ଲାଇନ ଲଗାଇଥାନ୍ତି ।

ଗାଁର ପାଣି ସମସ୍ୟା କୁ ବାରମ୍ବାର ଅଭିଯୋଗ ପରେ ଗାଁ ରେ ଜଳପ୍ରକଳ୍ପ ନିର୍ମାଣ ହେବା ସହ ପାଇପ ଯୋଗେ ଘରକୁ ଘର ସଂଯୋଗ କରାଯାଇ ଘର ସମ୍ମୁଖରେ ଟ୍ୟାପ ଲଗାଯାଇଛି । ଗାଁ ମୁଣ୍ଡରେ ଓଭର ହେଡ ଟ୍ୟାଙ୍କ କରାଯାଇଚି । ଅଞ୍ଚଳର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଗତ ଫେବୃଆରୀ ମାସରେ ଏହାର ଶୁଭ ଉଦ୍ଘାଟନ କଲେ ଦିନେ ଦୁଇଦିନ ଜଳ ଯୋଗାଣ ହେଲା ପରେ ବନ୍ଦ ହୋଇ ପଡିଛି । ଗ୍ରାମବାସୀଙ୍କ ସବୁ ସ୍ୱପ୍ନ ସ୍ୱପ୍ନ ରେ ହିଁରହିଯାଇଛି । ଉଦ୍ଘାଟନ ର ତିନିମାସ ବିଟିଲାଣି ଜଳଯୋଗାଣ ଠପ ହୋଇ ପଡିଛି ଗ୍ରାମବାସୀଙ୍କ ଅବସ୍ଥା ଯଥା ପୂର୍ଵମ ତଥା ପରମ । ପ୍ରଶାସନ ଏହି ଜଳକଷ୍ଟ ସମୟରେ ଜଳ ଯୋଗାଣ କୁ ସକ୍ରିୟ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ଜୋର ଧରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପିଇବା ପାଣି ଟୋପେ ପାଇଁ ଓଡ଼ିଶାବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା | Argus News