ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚୁଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକମାନେ

ଅର୍ଗସ ବ୍ୟୁରୋ: ବାଜୁଛି ମାଦଳ ଆଉ ପାରମ୍ପରିକ ବାଦ୍ୟର ତାଳେ ନାଚୁଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକମାନେ। କରମା ପୂଜା ଅବସରରେ ମସଗୁଲ ହୋଇଛନ୍ତି ସମସ୍ତେ। ଆଦିବାସୀ ବିଶ୍ବାସ ଓ ପରମ୍ପରାର ପୂଜା କରମା ପୂଜା ଅବସରେ ନାଚ ଗୀତରେ ମସଗୁଲ ସମସ୍ତେ। ଏହି ହେଉଛି କୁଚିଣ୍ଡା ପଞ୍ଚମୁଖୀ ଛକର। ପ୍ରଥମେ କରମା ଗଛକୁ ରିତିନିତି ଅନୁସାରେ ପୂଜାକରି ସେଥିରୁ ଡାଳ ଆଣି ମାଁ କରମସାନୀ ଙ୍କ ପୂଜା ହେଉଥିବା ସ୍ଥାନରେ ସ୍ଥାପନ କରାଯାଇଥିଏ ।ପରେ ସେହି ସ୍ଥାନରେ ରିତିନିତି ଅନୁସାରେ ପୂଜକ ମାଁ କରମସାନୀଙ୍କୁ ପୁଜାର୍ଚ୍ଚନା କରାଯାଇଥଏ। ଆଦିବାସୀ ସମ୍ପ୍ରଦାୟର ଲୋକେ ରାତିସାରା ମାଦଳ ବଜାଇ ନାଚରେ ମସଗୁଲ ହେଇପଡନ୍ତି। ରାତିରେ ଉଜାଗର ରହି ମା ଙ୍କ ପୂଜାର୍ଚ୍ଚନା ପରେ ସକାଳୁ ନଗର ପରିକ୍ରମା କରାଯାଇଥଏ।
ମାଙ୍କ ପୁଜାର୍ଚ୍ଚନାରେ ବିଭୋର ହୋଇ ପାରମ୍ପରିକ ବାଦ୍ୟ ମାଦଲ ବଜାଇ ଭକ୍ତିରେ ନାଚଗୀତରେ ମସଗୁଲ ହୋଇଥାନ୍ତି। ଏହା ସହିତ କଳାକାର ନିଜର କଳା ପରିବେଷଣ ପରେ ବେଶ ଉପଭୋଗ କରିଥାଏ। ଏଠାକୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରୁ ନୁହେଁ ଏହି ଅଂଚଳ ତଥା ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଶତାଧିକ ମାଦଲ ଧରି ଆଦିବାସୀ ସଂପ୍ରଦାୟର ଲୋକ ଆସି କଳା ପ୍ରଦର୍ଶନ କରିଥାନ୍ତି। ମାଁ ପାଖରେ ଯିଏ ଯାହା ମାଗିଥାଏ ତାହା ପୁରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଚଳିତ ପୂଜାରେ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗ ଦେଇେଇ ଆଦିବାସୀଙ୍କ ସହ ପୂଜାର ମଜା ।
ଆଦିବାସୀଙ୍କ ବିଭିନ୍ନ ପୂଜା ମଧ୍ଯରେ ମୁଖ୍ୟ କରମସାନୀ ପୂଜା। ଏହି ପୂଜା ଆସିଲେ ଆଦିବାସୀ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ ଉତ୍ସାହର ମାହୋଲ। ପାରମ୍ପରିକ ନୀତିରେ ପୂଜା କରିବା ସହ କରମା ଠାକୁରଙ୍କୁ ଶୋଭାଯାତ୍ରାରେ ନେଇ ବିସର୍ଜନ କରିବାର ପ୍ରଥା ମଧ୍ୟ ରହିଛି। ଏହି ଐତିହାସକ କରମା ପୂଜା ଆଦିବାସୀ ସଂପ୍ରଦାୟର ଲୋକମାନଙ୍କ ମନରେ ଭକ୍ତି ଓ ଶ୍ରଦ୍ଧା ଆଣି ଦେଇଥାଏ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: