ରେଡ୍ ମଡ୍ ପଣ୍ଡ ଭୁଷୁଡିବା ପରେ ଲୋକଙ୍କ ରାସ୍ତାରୋକ
·1 year ago

ଅର୍ଗସ ବ୍ୟୁରୋ: ବେଦାନ୍ତ ପାଇଁ ବଢିଲା ଅଡୁଆ । ଗତକାଲି ଲାଞ୍ଜିଗଡ ବେଦାନ୍ତ ରେଡ୍ ମଡ୍ ପଣ୍ଡ ଭୁଷୁଡିବା ଘଟଣାକୁ ନେଇ ଆଜି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ବିଜାବଣ୍ଡଲି ଠାରେ ଲୋକଙ୍କ ରାସ୍ତାରୋକ। କୋଷ୍ଟିକ ପାଣି ବଂଶଧାରା ନଦୀରେ ମିଶି ଅନେକ ଜଳଚର ପ୍ରାଣୀ ମରି ପଡିଥିବା ଦେଖି ଲୋକେ ଭୟରେ ନଦୀପାଣି ବ୍ୟବହାର କରୁନାହାନ୍ତି । ଫଳରେ ବିଜାବଣ୍ଡିଲି ଗ୍ରାମବାସୀ ବେଦାନ୍ତ କମ୍ପାନୀର ଏପରି ଅବହେଳାକୁ ନେଇ ରାସ୍ତାରୋକ କରିଛନ୍ତି । ଫଳରେ ଉଭୟପାର୍ଶ୍ବରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ଉଭୟପାର୍ଶ୍ବରେ ଯାନବାହାନ ଅଟକ ରହିଥିବା ଯୋଗୁଁ ଲୋକେ ନାହିନଥିବା ଅସୁବିଧାର ସମ୍ଭୁଖୀନ ହେଉଛନ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: