|
logo
Live

Argus News - କମୁଛି ବାହିନୀପତିଙ୍କ ଲୋକପ୍ରିୟତା

Odisha

କମୁଛି ବାହିନୀପତିଙ୍କ ଲୋକପ୍ରିୟତା

Smruti Parija
Browse all articles by Smruti Parija
·2 years ago·1 min read
କମୁଛି ବାହିନୀପତିଙ୍କ ଲୋକପ୍ରିୟତା

କୋରାପୁଟ: ଦିନକୁ ଦିନ ହ୍ରାସ ପାଉଛି ଜୟପୁର ବିଧାୟକ ତାରାପ୍ରସାଦ(ଭାଲୁ) ବାହିନୀପତିଙ୍କ ଲୋକପ୍ରିୟତା । ଗତକାଲି ତାରା ପ୍ରାସାଦ ବାହିନୀପତି ଜୟପୁର ବ୍ଲକ୍ ଅନ୍ତର୍ଗତ ଦଳେଇପୁଟ ଗ୍ରାମକୁ ଗସ୍ତ କରି ନିର୍ବାଚନ ପ୍ରଚାର କରୁଥିବାବେଳେ ଦଳେଇପୁଟ ଗ୍ରାମବାସୀ ଠେଙ୍ଗା ଧରି ଗୋଡେଇ ଗୋଡେଇ ବାହାର କରିଦେଇଛନ୍ତି । 

ଶହ ଶହ ମହିଳା ଓ ପୁରୁଷ ଗାଳି ଗୁଲଜ କରି ଧନୀ ଲୋକ ଦେଖୋଉଚୁ କହି ବାହାନୀପତିଙ୍କୁ ବିରୋଧ କରିଥିଲେ ।  ଦଳେଇପୁଟ ଗ୍ରାମବାସୀ ଯାତ୍ରା ମଞ୍ଚ ଉପରେ ଖାଲି ଲମ୍ବା ଲମ୍ବା ଠେଙ୍ଗା ବାଡ଼ି ଧରି ପୁରୁଷ ଯେତିକି ତାତିଛନ୍ତି, ତା'ଠାରୁ ଅଧିକ ତାତିଛନ୍ତି ମହିଳା । ଏ ମଞ୍ଚ ଉପରେ ତାଙ୍କୁ ଚଢ଼େଇ ଦିଆଯିବ ନାହିଁ କହି ବିରୋଧ କରିଛନ୍ତି ଲୋକେ । ଏମିତି ଭାଷା କହି ଭାଲୁର ମହୁଲି ନିଶାକୁ ଭାଙ୍ଗି ଦେଇଛନ୍ତି ଜୟପୁର ନିର୍ବାଚନ ମଣ୍ଡଳୀ କାଳିଆ ଗାଁ ପଞ୍ଚାୟତ ମାଳି ଦଳେଇପୁଟ ଗାଁ ଲୋକ । 

୫ ବର୍ଷ ଭିତରେ ଏକ ଟଙ୍କାର କାମ ହୋଇନି ବୋଲି କହିଛନ୍ତି ବାହିନୀପତି । କେବଳ ଯେତେବେଳେ କର୍ମୀ ସମ୍ମିଳନୀ ହୁଏ ମହିଳାମାନଙ୍କୁ ଜୟପୁର ଡାକି କାନ୍ଧରେ ହାତ ପକେଇକି ନାଚନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
କମୁଛି ବାହିନୀପତିଙ୍କ ଲୋକପ୍ରିୟତା | Argus News