Videos
|
Odisha

ବୁଲି ବୁଲି ଘର ଭାଙ୍ଗୁଛି ହାତୀ, ଭୟରେ ଲୋକେ ଆଜବେଷ୍ଟ ଉପରେ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବୁଲି ବୁଲି ଘର ଭାଙ୍ଗୁଛି ହାତୀ, ଭୟରେ ଲୋକେ ଆଜବେଷ୍ଟ ଉପରେ

ଅର୍ଗସ ବ୍ୟୁରୋ:  ଦିନେ କି ଦୁଇଦିନ ନୁହେଁ ପ୍ରାୟ କିଛି ଦିନ ହେଲାଣି ବଣାଇଁ ଅଞ୍ଚଳରେ  ହାତୀ ଉପଦ୍ରବ ବୃଦ୍ଧି ପାଉଥିଲେ ହେଁ ଏହାର ପ୍ରତିକାର କ୍ଷେତ୍ରରେ ବନବିଭାଗ ହାତୀ ଘୋଡାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ହାତୀଟି ଯିବାର ନା ନେଉନାହିଁ। ଏପଟେ ରାତି ହେଲେ ନିକଟରେ ଜଙ୍ଗଲରୁ ବାହାରି ବୁଲି ବୁଲି ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରୁଛି ଗୋଠଛଡା ଦନ୍ତାହାତୀ ।ତେବେ ଗତକାଲି ରାତିରେ ଗୋଠଛଡା ହାତୀଟି କୋଲ୍ହ ସାହିରେ ପଶି ସିତଲ ମୁଣ୍ଡାଙ୍କ ପରିବାର ଘର ରାତିରେ ଶୋଇଥିବା ବେଳେ ହାତୀଟି ଘର ଭାଙ୍ଗୁ ଥିବାରୁ ସେମାନେ ଜୀବନ ବିକଳରେ ଘରୁ ବାହାରି ଦୌଡ଼ି ପଳାଇଥିଲେ।ଉକ୍ତ ସାହିର ଲୋକେ ହାତୀ ଭୟରେ ଘର ଉପରେ ଶୋଇଥିବା ଦେଖିବାକୁ ମିଳିଛି

 ସେହିପରି ଗତକାଲି ରାତିରେ ଶୁଣ୍ଡିକୋଣ ସାହିର ଯୋଶଦା ବାରିକ ଘର ସମ୍ପୁର୍ଣ୍ଣ ଭାଗିଂ ଚୁରମାର କରି ଦେଇଛି ହାତୀଟି । ସେମାନେ ମଧ୍ୟ ଜୀବନ ବିକଳରେ ଘରର ଝରକା ବାଟେ ବାହାରକୁ ଚାଲି ଆସିଥିଲେ।ବର୍ତ୍ତମାନ ବର୍ଷା ରୁତୁ ସମୟରେ ବେଳେ ଘର ଭାଙ୍ଗି ଦେଇଥିବାରୁ ଏବେ ସେମାନେ ଅସହାୟ ଅବସ୍ଥାରେ ପଡି ଯାଇଛନ୍ତି । ତେବେ ଉଭୟ ଦୁଇଟି ସାହିର ପରିବାରବର୍ଗଙ୍କୁ ବନ ବିଭାଗ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ ସେମାନଙ୍କୁ କ୍ଷତି ପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
People sleeping on asbestos for fear of elephants | Argus News