ପାଣି ପାଇଁ ଥମୁନି ଅଞ୍ଚଳବାସୀଙ୍କ ସଂଘର୍ଷ
·2 years ago·1 min read

ଅର୍ଗସ ବ୍ୟୁରୋ: ଖରା ଆରମ୍ଭରୁ ପାଣି ପାଇଁ ହାହାକାର। ବାଲେଶ୍ଵର ଅସ୍ତି ପଞ୍ଚାୟତରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଫେଲ୍ । ଫେଲ ମାରିଛି ବସୁଧା ଯୋଜନା। ଖରା ଆରମ୍ଭରୁ ଲୋକଙ୍କୁ କଷ୍ଟ ଦେଲାଣି ପାନୀୟ ଜଳ। ପାଣି ପାଇଁ ଲୋକଙ୍କୁ ସଂଗ୍ରାମ କରିବାକୁ ପଡୁଛି। ଘଣ୍ଟା ଘଣ୍ଟା ଲାଇନରେ ରହି ଅପେକ୍ଷା କରିବାକୁ ପଡୁଛି।
ଖାଲି ପାଣି ସମସ୍ୟା କାହିଁକି ଏହି ଅଞ୍ଚଳରେ ଯେଉଁଠି ପାଣି ଆସୁଛି ସେ ପାଣି ପିଇବା ଯୋଗ୍ୟ ନୁହେଁ। ପାଣି ପିଇଲେ ବିଭିନ୍ନ ରୋଗ ହେଉଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ପାଣି ସମସ୍ୟାର ସମାଧାନ ପାଇଁ ବହୁବାର ଦାବି ହୋଇ ଆସୁଥିଲେ ଶୁଦ୍ଧା ପ୍ରଶାସନ ଦାବି ପୁରଣ କରୁନି। ଶେଷରେ ଚଳିତ ନିର୍ବାଚନ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ପାଣି ଟିକେ ପାଇଁ ଲୋକ କରୁଛନ୍ତି ସଂଘର୍ଷ ଅନ୍ୟପଟେ ସରକାର ବସୁଧା ଯୋଜନା ନାଁରେ ଶୁଦ୍ଧ ପାନୀୟ ଜଳ ଘରକୁ ଘର ଯୋଗାଇ ଦେଇଛନ୍ତି ବୋଲି ବାହାସ୍ପଟ୍ ମାରୁଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: