Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିକ୍ଷା, ପାନୀୟ ଜଳ ସମସ୍ୟା ନେଇ ବିଧାୟକଙ୍କୁ ଘେରିଲେ ଲୋକେ

Ritu Das
Browse all articles by Ritu Das
·2 years ago·2 min read
ଶିକ୍ଷା, ପାନୀୟ ଜଳ ସମସ୍ୟା ନେଇ ବିଧାୟକଙ୍କୁ ଘେରିଲେ ଲୋକେ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଯୋରନ୍ଦା ପଞ୍ଚାୟତର ଠାକୁରପାଳ ଗାଁକୁ ପ୍ରଚାର ପାଇଁ ଯାଇଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ସୁଧିର ସାମଲ । ସେଠାରେ ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇଛନ୍ତି ବିଧାୟକ। ଯେତେ ନିର୍ବାଚନ ଡେଟ ପାଖେଇ ଆସୁଛି ସେତିକି ରାଜ୍ୟ ସରକାରଙ୍କ ପାରିବା ପଣିଆ ପଦାରେ ପଡ଼ୁଛି। 

ଢେଙ୍କାନାଳରେ ବିପର୍ଯ୍ୟସ୍ତ ପାନୀୟ ଜଳ ବ୍ୟବସ୍ଥା । ପାଣି ପାଇଁ ହାହାକାର ହେଲେଣି ଲୋକ । ଜିଲ୍ଲାରେ ଫେଲ୍ ମାରିଛି ମେଗା ୱାଟର ପ୍ରୋଜେକ୍ଟ । ପଦାରେ ପଡ଼ିଛି ବିଜେଡିର ଗାଁକୁ ପାଣିର ମିଛ ନାରା । ଏଥିପାଇଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଖୋଦ୍ ବିଧାୟକ । 
କେବଳ ଗନ୍ଦିଆ ବ୍ଲକ୍ ନୁହେଁ ସଦର ବ୍ଲକରେ ମଧ୍ୟ ସମାନ ଅବସ୍ଥା । ଏ ହେଉଛି ତାଳବରକୋଟ ପଞ୍ଚାୟତର ସିଆରିଆ ଗାଁ ତାଇଲା ସାହିର ଦୃଶ୍ୟ । ପାଣି ଆସୁନଥିବାରୁ କୂଅ ପାଣି ବ୍ୟବହାର କରୁଛନ୍ତି । କୂଅର ଅବସ୍ଥା ବି ଦେଖନ୍ତୁ । ଖରାଦିନେ କୂଅରୁ ପାଣି ଶୁଖି ଯାଉଥିବାରୁ ପାଣି ପାଇଁ ନାହିଁ ନଥିବାର ଅସୁବିଧା ହେଉଛନ୍ତି ଲୋକେ । ଏନେଇ ଜିଲ୍ଲାପାଳ ଅଫିସ ଆସି ପ୍ରତିବାଦ ବି କରିଥିଲେ ।

ଗତ ୨୦୨୧ ମସିହାରେ ଢ଼େଙ୍କାନାଳ ଜିଲ୍ଲାର ସଦର, ଗନ୍ଦିଆ, କାମାକ୍ଷାନଗର ଓ ଭୁବନ ବ୍ଲକର ୬୮ଟି ପଞ୍ଚାୟତକୁ ମେଗା ୱାଟର ପ୍ରୋଜେକ୍ଟ ମାଧ୍ୟମରେ ପାଣି ଯୋଗାଇବା ପାଇଁ ୨୯୭ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଥିଲା । ଯେଉଁଥିରେ ୩ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବାର ଥିଲା । ମାତ୍ର ଏହା ଭିତରେ ୩ ବର୍ଷ ବିତି ସାରିଥିବା ବେଳେ ଦୁଇଟି ପ୍ରୋଜେକ୍ଟରୁ ଆଜି ପର୍ଯ୍ୟନ୍ତ ଗୋଟିଏ ପ୍ରୋଜେକ୍ଟ କାମ ବି ସରିଲା ନାହିଁ । ଲୋକେ ପାଣି ବି ପାଇଲେ ନାହିଁ । ଲୋକଙ୍କୁ ପାଣି ମୁନ୍ଦେ ଦେବାରେ କେବେ ସଫଳ ହେବ ଏ ୨୫ ବର୍ଷର ସ୍ଥିର ବିଜେଡି ସରକାର, ତାହା ଦେଖିବାକୁ ବାକି ରହିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
People surrounded | Argus News