ଝାଡଖଣ୍ଡି ହାତୀପଲଙ୍କ ଉପଦ୍ରବରେ ଆତଙ୍କିତ ଲୋକେ
·2 years ago

ବାଲେଶ୍ୱର: ନୀଳଗିରିରୁ ପ୍ରବେଶ କରିଥିବା ଝାଡଖଣ୍ଡି ହାତୀପଲଙ୍କ ବଢ଼ିଲା ଉପଦ୍ରବ। ସବୁ ସୁବିଧା ସୁଯୋଗ ଥାଇ ମଧ୍ୟ ହାତୀ ଦାଉରୁ ଲୋକଙ୍କୁ ସୁରକ୍ଷା ଦେବାରେ ଫେଲ ନୀଳଗିରି ବନ ବିଭାଗ। ହାତୀପଲ ଜଡିବାଲି କୁଡୁମିପାଳ ଗାଁରେ ପ୍ରବେଶ କରି ଭାଙ୍ଗିଲେ ଘର, ନଷ୍ଟ କଲେ ଧାନ ଚାଉଳ। କାର୍ତ୍ତିକ ଚନ୍ଦ୍ର ସିଂ ଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିବାରୁ ବାହାରେ ବସି ରହିଛନ୍ତି ପରିବାର ଲୋକେ।
ସେହିପରି କାଠପାଳ ଗାଁରେ ନିରଞ୍ଜନ ଦେହୁରୀ ଘର ମଧ୍ୟ ଭାଙ୍ଗିଛନ୍ତି ଝାଡ଼ଖଣ୍ଡି ହାତୀପଲ। ଝାଡଖଣ୍ଡ ରୁ ନୀଳଗିରି କୁ ପ୍ରବେଶ କରିଥିବା ୪୬ ଟିକିଆ ହାତୀପଲ ପାଇଁ ଏବେ ନୀଳଗିରି ବାସୀଙ୍କ ଆଖିରୁ ନିଦ ହଜିଛି। ଲୋକଙ୍କ ଧନ ସମ୍ପତି ନଷ୍ଟ କରୁଥିବାରୁ ତୁରନ୍ତ ବନ ବିଭାଗ ପ୍ରତିକାର କରିବାକୁ ଲୋକଙ୍କ ଦାବୀ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
