Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆମ ଓଡ଼ିଶା ନବୀନ ଓଡ଼ିଶାକୁ ବିଜେଡି ଓଡ଼ିଶା ବୋଲି କହୁଥିଲେ ଲୋକେ

Odisha

ଆମ ଓଡ଼ିଶା ନବୀନ ଓଡ଼ିଶାକୁ ବିଜେଡି ଓଡ଼ିଶା ବୋଲି କହୁଥିଲେ ଲୋକେ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆମ ଓଡ଼ିଶା ନବୀନ ଓଡ଼ିଶାକୁ ବିଜେଡି ଓଡ଼ିଶା ବୋଲି କହୁଥିଲେ ଲୋକେ
  • ଆମ ଓଡ଼ିଶା ନବୀନ ଓଡ଼ିଶା ଅଧିନରେ ଚାଲିଥିବା କାମ ଶେଷ କରିବାକୁ ନିର୍ଦ୍ଦେଶ
  • ସରକାର ପରିବର୍ତ୍ତନ ପରେ ଅଧା ପନ୍ତରିଆ ରେ ଛାଡି ଦିଆଯାଇଥିଲା କାର୍ଯ୍ୟ 
  • ବିଧାନସଭା ରେ ସମସ୍ତ ବ୍ଲକ ଓ ଜିଲ୍ଲା ଅଧିକାରୀଙ୍କୁ ତାଗିଦ କଲେ ମନ୍ତ୍ରୀ
  • ଦଳୀୟ ପାଣ୍ଠି ସଂଗ୍ରହ ପାଇଁ ଆମ ଓଡ଼ିଶା ନବୀନ ଓଡିଶା ଯୋଜନା କରିଥିଲେ ବିଜେଡି ସରକାର
  • ଟିମ୍‌ ୱାର୍କରେ ରାଜକୋଷ ଲୁଟ୍ ପାଇଁ ଉଦ୍ୟମ ହୋଇଥିଲା ବଡ଼ ଷଡ଼ଯନ୍ତ୍ର 
  • ପୂର୍ବରୁ ଏହାକୁ ଆମ ଗାଁ ଆମ ବିକାଶ ନୁହଁ, ଆମ ଗାଁ ତୁମ ବିକାଶ କହୁଥିଲେ ଲୋକେ
  • ସେହିପରି ଆମ ଓଡ଼ିଶା ନବୀନ ଓଡ଼ିଶାକୁ ବିଜେଡି ଓଡ଼ିଶା ବୋଲି କହୁଥିଲେ ଲୋକେ

ଅର୍ଗସ ବ୍ୟୁରୋ:  ଦୁର୍ନୀତି ବିରୁଦ୍ଧରେ ମୋହନ ସରକାରଙ୍କ ବଡ଼ ଆକ୍ସନ । ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ପଂଚାୟତିରାଜ ମନ୍ତ୍ରୀ । ଆମ ଓଡ଼ିଶା ନବୀନ ଓଡିଶା ଅଧୀନରେ ଚାଲିଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇ କୁହାଯାଇଛି ଯେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅଧୀନରେ ଯେଉଁ ସବୁ ପ୍ରକଳ୍ପ ତୁରନ୍ତ ଶେଷ କରି ରିପୋର୍ଟ ଦିଅ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି  ଏହି ଯୋଜନା ରେ ବ୍ୟାପକ ଦୁର୍ନୀତି ହୋଇଥିବା ମଧ୍ୟ କହିଛନ୍ତି ମନ୍ତ୍ରୀ ।

ଗଞ୍ଜାମ ଖଲ୍ଳିକୋଟ ଚିକିଲି ପଞ୍ଚାୟତର ଗୋପପୁର । ଏଠି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ସାଢ଼େ 7 ଲକ୍ଷ ଟଙ୍କାର ଅଟକଳ ହୋଇଥିଲା । କିନ୍ତୁ କାମ ଆରମ୍ଭ ହେଲାନାହିଁ । ସେମିତି ଡିମିରିଆ ପଞ୍ଚାୟତର ମାଆ ଦୁର୍ଗା ମନ୍ଦିର ପାଖରେ ରୋଷେଇ ଘର ପାଇଁ ଅଢ଼େଇ ଓ ସାକିରି ଗାଁରେ ଗୋଷ୍ଠୀ କେନ୍ଦ୍ର ପାଇଁ 5 ଲକ୍ଷ ଟଙ୍କା ଅଟକଳ ହୋଇଥିଲା । ଏଠି କାମ ଅଧାପନ୍ତରିଆ ହୋଇ ପଡ଼ିଛି । ମୟୂରଭଞ୍ଜ ଜିଲ୍ଲାର ୪୦୪ ପଞ୍ଚାୟତକୁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଦିଆଗଲା ଅନୁଦାନ ରାଶି । ଅନେକ ସ୍ଥାନରେ କେବଳ ଫଳକ ହିଁ ଲାଗିଲା। 24 ମହାଲଢ଼େଇରେ ବଡ଼ ପ୍ରସଙ୍ଗ ପାଲଟିଥିଲା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଘୋଟାଲା। ଗାଁ ଗାଁରେ ବିଜେଡି ମହାଦୁର୍ନୀତିର ପ୍ରଭାବ ପଡ଼ିଲା। ଆଉ ଲୋକସଭାରୁ ସଫା ହୋଇଯିବା ସହ ରାଜ୍ୟରେ କ୍ଷମତାଚ୍ୟୁତ ହେଲା ନବୀନଙ୍କ ଦଳ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
People used to call ama Odisha Naveen Odisha as BJD Odisha | Argus News