Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଲୋକଙ୍କ ମୁଖ୍ୟମନ୍ତ୍ରୀ ଶୁଣିଲେ ଜନତାଙ୍କ ଅଭିଯୋଗ

Odisha

ଲୋକଙ୍କ ମୁଖ୍ୟମନ୍ତ୍ରୀ ଶୁଣିଲେ ଜନତାଙ୍କ ଅଭିଯୋଗ

Manini Pattanayak
Browse all articles by Manini Pattanayak
·1 year ago·2 min read
ଲୋକଙ୍କ ମୁଖ୍ୟମନ୍ତ୍ରୀ ଶୁଣିଲେ ଜନତାଙ୍କ ଅଭିଯୋଗ

ଭୁବନେଶ୍ୱର:  ଦୀର୍ଘ ଅଢ଼େଇ ଦଶନ୍ଧି ଧରି ରାଜ୍ୟ ଶାସନ କ୍ଷମତାରେ ଥିଲା ମୁଖ୍ୟମନ୍ତ୍ରୀ। 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ। କିନ୍ତୁ ନିଜ ଶାସନ କାଳର ଶେଷ 16 ବର୍ଷ ନା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିଲେ ନା ଶୁଣୁଥିଲେ ଲୋକଙ୍କ ହାରି, ଗୁହାରି କି ଅଭିଯୋଗ। ଏବେ ରାଜ୍ୟରେ ସରକାର ବଦଳିଛି, ବଦଳି ଯାଇଛି ଚିତ୍ର। ଭୁବନେଶ୍ବରରେ ଥିବା ଯେଉଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖାଁ ଖାଁ ଲାଗୁଥିଲା ସେଠି ଏବେ ଲୋକଙ୍କ ନାହିଁ ନ ଥିବା ଗହଳି। ଆଜି ପ୍ରାୟ 1750 ଲୋକଙ୍କର ଅଭିଯୋଗ ଶୁଣାଯାଇଛି। ମୋହନଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନେ ମଧ୍ୟ ଅଭିଯୋଗ ଶୁଣି ତ୍ବରିତ ପଦକ୍ଷେପ ନେଇଛନ୍ତି।  ୨୪ ବର୍ଷର ନବୀନ ସରକାରର ବିଫଳତା ଦର୍ଶାଉଛି ପରିଣତ ବୟସର ଏହି ମାଙ୍କର ଦୁଃଖଭରା କାହାଣୀ। କେଉଁ ଉପାନ୍ତ ଅଞ୍ଚଳ ନୁହେଁ। ରହୁଛନ୍ତି ରାଜଧାନୀରେ ହେଲେ ନା ମିଳିଛି ପକ୍କାଘର ଖଣ୍ଡେ ନା ମିଳୁଛି ଭତ୍ତା।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ ଗୁହାରୀ ଜଣାଇବାକୁ। ୨୪ ବର୍ଷ ଧରି ଯାହା ହୋଇପାରୁନଥିଲା। ତୁରନ୍ତ ସମାଧାନ ପାଇଁ ମନ୍ତ୍ରୀ ଦେଲେ ଭରସା। ଏହି ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ତିନି ଚକିଆ ସାଇକେଲ ଖଣ୍ଡିଏ ପାଇଁ ୧୦ ବର୍ଷ ହେଲା ସରକାରଙ୍କୁ ଗୁହାରୀ କରି ଆସୁଥିଲେ। କେହି ଶୁଣିଲେନି। ହେଲେ ସରକାର ବଦଳିବା ପରେ ବହୁ ଆଶାନେଇ ଭଉଣୀଙ୍କୁ ସାଙ୍ଗରେ ଧରି ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ। ଆଶା ମୋହନ ସରକାର ତାଙ୍କୁ ନବୀନ ସରକାର ପରି ନିରାଶ କରିବେନି।  ପ୍ରତି ସୋମବାର ଭଳି ଆଜି ମଧ୍ୟ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ବିଭାଗର ମନ୍ତ୍ରୀ ମାନେ ମଧ୍ୟ ଲୋକଙ୍କ ସମସ୍ୟା ବୁଝିବା ସହ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଦେଇଛନ୍ତି ନିର୍ଦ୍ଦେଶ ।

ବର୍ଷ ବର୍ଷ ଧରି ଅବହେଳିତ ଜନତାଙ୍କ ମନରେ ନୂଆ ଆଶା ସଂଚାର ହୋଇଛି। ଏହି ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଆହୁରି ବ୍ୟାପକ କରି ଜିଲ୍ଲାସ୍ତରରେ ପହଞ୍ଚାଇବେ ମୋହନ ସରକାର।  ଆସୁଥିବା ଅଭିଯୋଗଗୁଡ଼ିକର କେତେ ସମାଧାନ ହୋଇଛି 3 ମାସରେ ଥରେ ଏହାର ସମୀକ୍ଷା କରାଯିବ। ଟେଲିଫୋନ ମାଧ୍ୟମରେ ଅନେକ ଘଟଣାର ସମାଧାନ ମଧ୍ୟ କରାଯାଉଛି । ବ୍ଲକ ସ୍ତରରେ ଯେଉଁ ସମସ୍ୟା ରହିଛି, ସେ ସବୁକୁ ଯୋଗାଯୋଗ କରି 7 ଦିନ ମଧ୍ୟରେ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖୁବଶୀଘ୍ର ମନ୍ତ୍ରୀମାନେ ମଧ୍ୟ ବ୍ଲକ ଓ ଜିଲ୍ଲା ସ୍ତରରେ ଯାଇ ଅଭିଯୋଗ ଶୁଣିବେ ।  ସେପଟେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତା ଏବଂ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ତିନି ମନ୍ତ୍ରୀ । ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଏବଂ  କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ 16 ବର୍ଷ ହେଲା ଅଭିଯୋଗ ଶୁଣିନଥିଲେ କି ଲୋକଙ୍କ ଭାଷା ବି ବୁଝୁନଥିଲେ। ଏବେ ଲୋକଙ୍କ ସହ ସମ୍ପର୍କ ଯୋଡି ସମସ୍ୟା ଶୁଣିବା ସହ ସମାଧାନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ଆହୁରି ଅଧିକ ବ୍ୟାପକ କରାଯିବ।  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ 1750 ଅଭିଯୋଗ ଆସିଥିବା ବେଳେ ଯଥାଶୀଘ୍ର ସେଗୁଡିକୁ ସମାଧାନ କରିବାକୁ ସରକାର ସଂପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus Whatsapp Channel Mobile Top
Sponsored
People's Chief Minister heard the people's complaints | Argus News