ପଲ୍ଲିସଭା ହେଉନଥିବାରୁ ପରିଚୟ ହରାଉଛନ୍ତି ଜନ ପ୍ରତିନିଧି

ଅର୍ଗସ ବ୍ୟୁରୋ: ଦୁର୍ଗମରେ ପରିଚୟ ହରାଉଛି ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା। ଦୀର୍ଘ ବର୍ଷ ବିତିଗଲା ହେଲେ ପଲିସଭା କି ଗ୍ରାମସଭା କଣ ଜାଣିଲେନି ଜନତା। ପଲ୍ଲିସଭା ଜରିଆରେ ଗାଁର ବିକାଶ ଲାଗି ଯୋଜନା ପ୍ରସ୍ତୁତି କରାଯିବାର ବ୍ୟବସ୍ଥା ହେଲା। କିନ୍ତୁ ଗତ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପରଠୁ ନା ଗ୍ରାମସଭା ହେଉଛି ନା ପଲ୍ଲିସଭା। ଝରୀଗାଁ ଭଳି ଦୁର୍ଗମ ଅଂଚଳକୁ ମଧ୍ୟ ଏହାର ଦଶା ଭୋଗିବାକୁ ପଡୁଛି। ଭଲ କରି ଦେଖନ୍ତୁ ଗାଁର ଦୃଶ୍ୟକୁ ନାଁ ଅଛି ରାସ୍ତା, ନା ପିଇବା ପାଇଁ ଅଛି ବିଶୁଦ୍ଧ ଜଳ, ନା ମୁଣ୍ଡ ଗୁଞ୍ଜିବା ପାଇଁ ଅଛି ଘରଟିଏ। ଝାଟି ମାଟି ଘରେ ଦିନ କାଟୁଛନ୍ତି ଝରିଗାଁ ଅଞ୍ଚଳବାସୀ। ରାସ୍ତା ନଥିବାରୁ ଗର୍ଭବତୀ ଖଟିଆରେ ବୁହାହେଉଛନ୍ତି । ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଝରଣା ପାଣି ପିଇ ଶୋଷ ମେଣ୍ଟାଉଛନ୍ତି ଅଞ୍ଚଳବାସୀ।
ତତ୍କାଳୀନ ସରକାରରେ ଦଳୀୟ ପ୍ରିୟାପ୍ରିତି ତୋଷଣ ନୀତି ଲାଗି ନିର୍ବାଚିତ ପ୍ରତିନିଧିଙ୍କୁ ଲୋକଙ୍କ ଅକ୍ରୋଶର ଶିକାର ହେବାକୁ ପଡୁଛି । ବିକାଶ ପାଇଁ କୋଟି କୋଟି ଖର୍ଚ୍ଚ କରାଯାଇଛି ତାହା କେଉଁ ପାଣ୍ଠିରୁ ଏବଂ କେଉଁ ଅଞ୍ଚଳରେ ହୋଇଛି ତାର ତଦନ୍ତ ହେଉ ବୋଲି ଦାବି ହୋଇଛି। ବିକାଶ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସତ୍ୱେ ଲୋକଙ୍କ ସମସ୍ୟା ସୁଧୁରୁନି। ତେବେ ବିଜେପି ସରକାର ଖୁବ ଶୀଘ୍ର ଝରିଗାଁବାସୀଙ୍କ ସମସ୍ୟା ଦୂର କରିବା ବୋଲି ଲୋକେ ଆଶା ବାନ୍ଧିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: