Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Firecrackers / ପାର୍ବଣ ପୂର୍ବରୁ ଆକ୍ସନ୍ ମୋଡ୍‌ରେ ପୋଲିସ; ରାଜ୍ୟ ସାରା ବାଣ ଗୋଦାମରେ ଚଢ଼ାଉ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ପାର୍ବଣ ପୂର୍ବରୁ ଆକ୍ସନ୍ ମୋଡ୍‌ରେ ପୋଲିସ; ରାଜ୍ୟ ସାରା ବାଣ ଗୋଦାମରେ ଚଢ଼ାଉ

Key Points

ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ବାଣ ଓ ବିସ୍ଫୋରକ ଗୋଦାମ ଉପରେ ଚଢ଼ାଉ କରୁଛି ପୋଲିସ । ଜବତ ହେଉଛି ବସ୍ତା ବସ୍ତା, ଟ୍ରକ୍ ଟ୍ରକ୍ ବାଣ ଓ ବିସ୍ଫୋରକ । ଜଗତସିଂହପୁରରୁ ନେଇ ବାଲେଶ୍ଵର, ଗଞ୍ଜାମରୁ ନେଇ ସମ୍ବଲପୁର ସବୁଠି ଦେଖିବାକୁ ମିଳିଛି ପୋଲିସର ଆକ୍ସନ୍ ।

ଭୁବନେଶ୍ଵର: ପାର୍ବଣ ପୂର୍ବରୁ ପୋଲିସର ଅପରେସନ `ଅଗ୍ନି' । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ବାଣ ଓ ବିସ୍ଫୋରକ ଗୋଦାମ ଉପରେ ଚଢ଼ାଉ କରୁଛି ପୋଲିସ । ଜବତ ହେଉଛି ବସ୍ତା ବସ୍ତା, ଟ୍ରକ୍ ଟ୍ରକ୍ ବାଣ ଓ ବିସ୍ଫୋରକ । ଜଗତସିଂହପୁରରୁ ନେଇ ବାଲେଶ୍ଵର, ଗଞ୍ଜାମରୁ ନେଇ ସମ୍ବଲପୁର ସବୁଠି ଦେଖିବାକୁ ମିଳିଛି ପୋଲିସର ଆକ୍ସନ୍ ।

ଜଗତସିଂହପୁରରେ ବେଆଇନ ବାଣ ଓ ବିସ୍ଫୋରକ ବିକ୍ରିକୁ ନେଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ବିରିଡି, କୁଜଙ୍ଗ ଓ ରଘୁନାଥପୁର ଥାନାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ସୁତୁଲି ବୋମା, ବାରୁଦ, ରଞ୍ଜକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ ।


ସେପଟେ ବାଲେଶ୍ବର ଜିଲ୍ଲାର ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାର୍ଡରେ ବାଣ ତିଆରି ଚାଲିଥିଲା ବେଳେ ପୋଲିସ ଚଢ଼ାଉ କରିଛି । ସେଠାରୁ ପ୍ରାୟ ୫୦ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ବାଣ ଜବତ କରିବା ସହିତ ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ପଚରା ଉଚରା କରୁଛି ବାଲେଶ୍ଵର ପୋଲିସ ।


ଏଥିସହ ପଢ଼ନ୍ତୁ: ଭାରତକୁ ନିରାଶ କଲେ ଅଭିଷେକ ଓ ସୂର୍ଯ୍ୟକୁମାର, ଗିଲ୍ ହେଲେ ଅଶରଫଙ୍କ ଶିକାର


ସେହିପରି ଭଦ୍ରକର ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଛି । ଅପରେସନ୍ ଅଗ୍ନିରେ ଦେହୁଡିଆନ୍ଦପୁର ଉତେଇପୁରରେ ବେଆଇନ ବାଣ ତିଆରି ହେଉଥିବା ବେଳେ ଧାମନଗର ପୋଲିସର ଚଢ଼ାଉ କରିଛି । ଗଞ୍ଜାମର ଛତ୍ରପୁର ପୋଲିସ ପକ୍ଷରୁ ବି ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି । ଜବତ ବାଣର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ ଅଧିକ ଟଙ୍କା ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ବାଙ୍କୀବଜାରର ଏକ ବହି ଦୋକାନରୁ ପ୍ରବଳ ବାଣ ଜବତ କରିଛି ବେଲଗୁଣ୍ଠା ପୋଲିସ । ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅଧିନ ଚନ୍ଦନେଶ୍ୱର ଫାଣ୍ଡି ଅଞ୍ଚଳରେ ବାଣ କାରଖାନାରେ ଚଢ଼ାଉ କରି ୩ ଲକ୍ଷ ଟଙ୍କାରୁ ଅଧିକ ବାଣ ଜବତ କରାଯାଇଛି । ସମ୍ବଲପୁର ସହ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ବିପୁଳ ବାଣ ଜବତ କରିଛି ।


ଏଥିସହ ପଢ଼ନ୍ତୁ: ବାଣ ଭିଡ଼ିବା ବେଳେ ବିସ୍ଫୋରଣରେ ମାଟିରେ ମିଶିଲା ଘର; ଜଣେ ମୃତ, ୮ ଗୁରୁତର


ସପ୍ତାହକ ତଳେ ବୌଦ୍ଧରେ ଭୟଙ୍କର ବାଣ ବିସ୍ଫୋରଣ ଘଟିଥିଲା । ବାଣ ଭିଡ଼ିବା ବେଳେ ବଡ଼ ଧରଣର ବିସ୍ଫୋରଣରେ ମାଟିରେ ମିଶିଥିଲା କୋଠା । ଘରର ଛାତ ଉଡ଼ି ଯାଇଥିବା ବେଳେ କାନ୍ଥ ଭୁଶୁଡ଼ି ଯାଇଥିଲା । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଥିଲେ । ବିସ୍ଫୋରଣ ଏତେ ଭୟାବହ ଥିଲା ଯେ ମୃତକଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏଣେତେଣେ ପଡ଼ିଥିଲା ।

Related Topics

Explore more stories

Sponsored
Operation Agni: Odisha Police Seize Illegal Firecrackers Across Districts | Argus News | Argus News