Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup / ଭାରତକୁ ନିରାଶ କଲେ ଅଭିଷେକ ଓ ସୂର୍ଯ୍ୟକୁମାର, ଗିଲ୍ ହେଲେ ଅଶରଫଙ୍କ ଶିକାର

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଭାରତକୁ ନିରାଶ କଲେ ଅଭିଷେକ ଓ ସୂର୍ଯ୍ୟକୁମାର, ଗିଲ୍ ହେଲେ ଅଶରଫଙ୍କ ଶିକାର

Key Points

୧.୧ ଓଭରରେ ଫହୀମ ଅଶରଫଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ ଓପନର୍ ଅଭିଷେକ ଶର୍ମା । ୬ ବଲ୍‌ରେ ମାତ୍ର ୫ ରନ୍ କରି ଅଭିଷେକ ପ୍ୟାଭିଲିୟନ୍ ଫେରିଥିଲେ । ଏହା ପରେ ୨.୩ ଓଭର୍‌ରେ ଭାରତକୁ ଦ୍ଵିତୀୟ ଝଟ୍‌କା ଦେଇଥିଲେ ସାହୀନ ଆଫ୍ରିଦି । ଏହା ପରେ ଚତୁର୍ଥ ଓଭର୍‌ରେ ଭାରତକୁ ଆଉ ଏକ ଝଟ୍‌କା ଲାଗିଛି ।

ଦୁବାଇ: ଏସିଆ କପ୍‌ ଫାଇନାଲ୍‌ ମୁକାବିଲା ଜାରି ରହିଛି । ୧୪୭ ରନ୍‌ର ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ଭାରତକୁ ୩ ଓଭର୍‌ରେ ଦ୍ଵିତୀୟ ଝଟ୍‌କା ଦେଇଛି ପାକିସ୍ତାନ । ଭାରତର ଦଳୀୟ ସ୍କୋର୍ ୧୦ ରନ୍‌ରେ ୨ଟି ୱିକେଟ୍ ଖସିଛି ।


୧.୧ ଓଭରରେ ଫହୀମ ଅଶରଫଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ ଓପନର୍ ଅଭିଷେକ ଶର୍ମା । ୬ ବଲ୍‌ରେ ମାତ୍ର ୫ ରନ୍ କରି ଅଭିଷେକ ପ୍ୟାଭିଲିୟନ୍ ଫେରିଥିଲେ । ଏହା ପରେ ୨.୩ ଓଭର୍‌ରେ ଭାରତକୁ ଦ୍ଵିତୀୟ ଝଟ୍‌କା ଦେଇଥିଲେ ସାହୀନ ଆଫ୍ରିଦି । ୬ ବଲ୍‌ରେ ମାତ୍ର ୬ ରନ୍ କରି କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ବି କ୍ୟାଚ୍ ଆଉଟ୍ ହୋଇଛନ୍ତି ।


ଏହା ପରେ ଚତୁର୍ଥ ଓଭର୍‌ରେ ଭାରତକୁ ଆଉ ଏକ ଝଟ୍‌କା ଲାଗିଛି । ଫହୀମ ଅଶରଫଙ୍କ ଦ୍ଵିତୀୟ ଶିକାର ହୋଇଛନ୍ତି ଶୁବମନ ଗିଲ୍ । ୩.୬ ଓଭରରେ ଭାରତର ସ୍କୋର୍ ୨୦ ରନ୍ ହୋଇଥିବା ବେଳେ ଗିଲ୍ କ୍ୟାଚ୍ ଆଉଟ୍ ହୋଇଛନ୍ତି । ଏଥିସହ ଭାରତର ତୃତୀୟ ୱିକେଟର ପତନ ହୋଇଛି ।


ଏଥିସହ ପଢ଼ନ୍ତୁ: ଆରମ୍ଭରୁ ପିଟୁଥିଲା ପାକିସ୍ତାନ, ୧୪୬ ରନ୍‌ରେ ରୋକିଦେଲା ଭାରତ


ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ୧୯.୧ ଓଭର୍‌ରେ ପାକିସ୍ତାନ ସମସ୍ତ ୱିକେଟ୍ ହରାଇ ୧୪୬ ରନ୍ କରିବାରେ ସକ୍ଷମ ହୋଇଥିଲା । ୧୪୭ ରନ୍‌ର ପିଛା କରୁଥିବା ଭାରତ ପ୍ରଥମ ୪ ଓଭର୍‌ରେ ୩ଟି ୱିକେଟ୍ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାକିସ୍ତାନ ପକ୍ଷରୁ ଓପନର୍ ଫରହାନ ସର୍ବାଧିକ ୫୭ ରନ୍ କରିଥିବା ବେଳେ ଫଖର ଜମନ ୪୬ ଓ ସାଏମ ଆୟୁବ ୧୪ ରନ୍ କରିଥିଲେ । ଅନ୍ୟ କୌଣସି ପାକିସ୍ତାନୀ ଖେଳାଳି ଦୁଇ ଅଙ୍କ ସ୍କୋର୍ ଛୁଇଁ ପାରି ନଥିଲେ । ୩ ଜଣ ପ୍ଲେୟାର ଖାତା ଖୋଲି ପାରି ନଥିଲେ । 


ଏଥିସହ ପଢ଼ନ୍ତୁ: ଏସିଆ କପ୍ ବିଜେତା ଦଳକୁ ମିଳିବ କେତେ ଟଙ୍କା ? ହାରିବା ଟିମକୁ ମିଳେ କେତେ ଟଙ୍କା...


୯.୪ ଓଭରରେ ପାକିସ୍ତାନର ଦଳୀୟ ସ୍କୋର୍ ୮୪ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ଫରହାନ । ଏହାପରେ ୧୨, ୧୩, ୧୪, ୧୫ ପ୍ରତି ଓଭର୍‌ରେ ଗୋଟିଏ ଲେଖାଏଁ ୱିକେଟ୍ ଖସି ଚାଲିଥିଲା । ୧୬ତମ ଓଭରରେ କୁଳଦୀପ ୩ଟି ୱିକେଟ୍ ଅକ୍ତିଆର୍ କରି ମ୍ୟାଚ୍‌କୁ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବା ସହ ଭାରତୀୟ ଟିମ୍‌କୁ ବଳ ଦେଇଥିଲେ । 


କୁଳଦୀପଙ୍କ ବୋଲିଂରେ ଆଉଟ୍ ହୋଇଥିଲେ ସାଏମ ଆୟୁବ, ପାକିସ୍ତାନ ଅଧିନାୟକ ସଲମାନ ଆଗା, ସାହିନ ଆଫ୍ରିଦି ଓ ଫହୀମ ଅଶରଫ । ଫରହାନ ଓ ଫଖର ଜମାନଙ୍କୁ ଆଉଟ୍ କରିଥିଲେ ବଋଣ ଚକ୍ରବର୍ତ୍ତୀ ।

Related Topics

Explore more stories

Sponsored
Asia Cup Final Live: India Lose 2 Early Wickets Chasing 147 vs Pakistan | Argus News | Argus News