Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୂଅରୁ ବାହାରୁଛି ପେଟ୍ରୋଲ , ୪ ପରିବାର ଆତଙ୍କିତ

Manini Pattanayak
Browse all articles by Manini Pattanayak
·2 years ago·1 min read
କୂଅରୁ ବାହାରୁଛି ପେଟ୍ରୋଲ , ୪ ପରିବାର ଆତଙ୍କିତ

ନୂଆପଡା:  କୂଅରୁ ପାଣି ବଦଳରେ ପେଟ୍ରୋଲ ବାହାରୁଛି । କଥାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ହେଲେ ଘଟଣା ପୂରା ସତ ।   ପାଣି ବଦଳରେ ମେଂଚା ମେଂଚା ବାହାରୁଛି ପେଟ୍ରୋଲ...
 କୂଅରେ ବାଲ୍‌ଟି ପକାଇଲେ  ଆସୁଛି ପେଟ୍ରୋଲ।   ଦେଖନ୍ତୁ ଏ ଦୃଶ୍ୟକୁ ବାଲଟିରେ କେମିତି ଆସିଛି ପେଟ୍ରୋଲ । ଆଉ ଏହି ପେଟ୍ରୋଲ  ମିସା ପାଣିରେ ଲାଗୁଛି ନିଆଁ। ଯେଉଥିପାଇଁ ୪ ପରିବାର ଭୟରେ କାାଟୁଛନ୍ତି ଜୀବନ।  ଏପରି ଏକ ଘଟଣା ଘଟିଛି  ନୂଆପଡ଼ା ଜିଲ୍ଲା ସିନାପାଲି ରାମଛକ ସହିସପଡାରେ । 

କୂଅରେ ପେଟ୍ରୋଲ ମିଶା ପାଣି ଯୋଗୁଁ ହଇରାଣ ହେଉଛନ୍ତି ଲୋକେ ।  ଏହି ଗୋଟିଏ କୂଅ ଉପରେ ଗ୍ରାମର ଅଧିକାଂଶ ଲୋକେ ନିର୍ଭଳଶୀଳ। ରୋଷଇ ପାଖରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର ହୋଇଥାଏ ଏହି କୂଅ ପାଣି ।  ଏବେ କୂଅରୁ ପେଟ୍ରୋଲ ବାହାରୁ ଥିବାରୁ ଲୋକେ  କୂଅ ପାଣି ବ୍ୟବହାର ହୋଇପାରୁନଥିବା ଯୋଗୁଁ ହୋଟେଲରୁ ଖାଇବା ଆଣି ଖାଉଛନ୍ତି।  ତେବେ ନିକଟରେ  ଶ୍ରୀରାମ ଛକରେ ଏକ ପେଟ୍ରୋଲ ପମ୍ପ ଅଛି । ସେଠାର ଟାଙ୍କିରୁ ପେଟ୍ରୋଲ ଲିକ୍  ହୋଇ କୂଅକୁ ଆସୁଥିବା ଅଭିଯୋଗ  କରିଛନ୍ତି ଲୋକେ। । ତେଣୁ ପେଟ୍ରୋଲ ଟ୍ୟାଙ୍କଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଲୋକେ ଦାବି କରିଛନ୍ତି । 
 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Petrol is coming out of the well, 4 families are in fear | Argus News