Two Wheeler Bann / ଆସୁଛି ନୁଆ ବିଦ୍ୟୁତ ଯାନ ନୀତି, ବନ୍ଦ ହେବ ପେଟ୍ରୋଲ ଚାଳିତ ଦୁଇଚକିଆ ଗାଡ଼ି
·5 months ago·2 min read

Key Points
ବନ୍ଦ ହେବ ପେଟ୍ରୋଲ ଚାଳିତ ଦୁଇଚକିଆ ଗାଡ଼ି
ଆସୁଛି ନୁଆ ବିଦ୍ୟୁତ ଯାନ ନୀତି
କେବଳ ବିଦ୍ୟୁତ୍ ଚାଳିତ ଦୁଇ ଚକିଆ ଯାନ ପଞ୍ଜୀକରଣ ହେବ

ନୂଆଦିଲ୍ଲୀ, ୧୨/୪: ଦିଲ୍ଲୀ ସରକାର ନୂଆ ବିଦ୍ୟୁତ ଯାନ ନୀତି ଆଣିବାକୁ ଯାଉଛନ୍ତି | ନୂଆ ନୀତି ଅନୁଯାୟୀ ,୨୦୨୮ ଏପ୍ରିଲ ପହିଲାରୁ ଦିଲ୍ଲୀରେ କେବଳ ବିଦ୍ୟୁତ୍ ଚାଳିତ ଦୁଇ ଚକିଆ ଯାନ ପଞ୍ଜୀକରଣକୁ ଅନୁମତି ଦିଆଯିବ। ଏହା ପୂର୍ବରୁ ୨୦୨୭ ଜାନୁଆରି ପହିଲାରୁ କେବଳ ଇଲେକ୍ଟ୍ରିକ ୩ ଚକିଆ ବା ଅଟୋ ପଞ୍ଜୀକରଣ କରାଯିବ।
ସ୍କୁଲ ଗାଡ଼ି କ୍ଷେତ୍ରରେ ମଧ୍ୟ ଇଲେକ୍ଟ୍ରିକ ଗାଡ଼ି ବା ବସ୍ ଚଳାଚଳ ନେଇ ଚିଠା ନୀତିରେ ପ୍ରସ୍ତାବ ରହିଛି। ନୂଆ ନୀତିର ବିଜ୍ଞପ୍ତି ଜାରି ହେବାର ୨ ବର୍ଷ ମଧ୍ୟରେ ସ୍କୁଲଗୁଡ଼ିକର ମାଲିକାନାରେ ଥିବା କିମ୍ବା ଲିଜ୍ ଓ ଭଡ଼ାରେ ନିଆଯାଇଥିବା ଗାଡ଼ିର ଅତିକମ୍ରେ ୧୦ ପ୍ରତିଶତ ଗାଡ଼ି ବିଦ୍ୟୁତ୍ ଯାନ ହୋଇଥିବା ଆବଶ୍ୟକ | ୩ ବର୍ଷ ଶେଷ ବେଳକୁ ଏହାର ଅଂଶ ୨୦ ପ୍ରତିଶତକୁ ଏବଂ ୨୦୩୦ ମାର୍ଚ୍ଚ ୩୧ ସୁଦ୍ଧା ଏହାର ଅଂଶ ଅତିକମ୍ରେ ୩୦ ପ୍ରତିଶତ ହେବା ଆବଶ୍ୟକ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ବିଭାଗକୁ କୁହାଯାଇଛି।
ଦିଲ୍ଲୀରେ ଚଳିତବର୍ଷ ଜାନୁଆରି ପହିଲାରୁ କ୍ୟାବ ଅପରେଟର ଏବଂ ଡେଲିଭରି କମ୍ପାନିଗୁଡ଼ିକୁ କେତେକ ବର୍ଗରେ ପେଟ୍ରୋଲ କିମ୍ବା ଡିଜେଲ ଗାଡ଼ି ଅନୁମତି ବନ୍ଦ କରାଯାଇଛି। ଏଥିରେ ଛୋଟ ଚାରିଚକିଆ ମାଲ ପରିବହନ ଗାଡ଼ି ଏବଂ ଦୁଇ ଚକିଆ ରହିଛି। ତେବେ ସେମାନେ ୨୦୨୬ ଡିସେମ୍ବର ୩୧ ପର୍ଯ୍ୟନ୍ତ ଭାରତ ଷ୍ଟେଜ-୬ ମାନଦଣ୍ଡର ପେଟ୍ରୋଲ ଚାଳିତ ଦୁଇ ଚକିଆ ସାମିଲ କରିପାରିବେ।
ଦିଲ୍ଲୀ ସରକାର ଚିଠା ବିଦ୍ୟୁତ ଯାନ (ଇଭି) ନୀତି ୨୦୨୬-୨୦୩୦ ଜାରି କରିଛନ୍ତି। ଦିଲ୍ଲୀ ପରିବହନ ବିଭାଗର ଇଭି ସେଲ୍ ପକ୍ଷରୁ ଜାରି ହୋଇଥିବା ଏହି ଚିଠା ପ୍ରସ୍ତାବ ଉପରେ ୩୦ ଦିନ ପାଇଁ ମତାମତ ସଂଗ୍ରହ କରାଯିବ।
ପଢନ୍ତୁ ଏହି ଖବର: ଚଣ୍ଡିଖୋଲରେ ଖୁବଶୀଘ୍ର ଅଶୋଧିତ ତୈଳ ସଂରକ୍ଷଣ ପ୍ରକଳ୍ପ,ପ୍ରକଳ୍ପ ପାଇଁ ଉଦ୍ୟମ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ପୁର୍ବରୁ ଓଡ଼ିଶା ସରକାର ରାଜ୍ୟରେ ଇଲେକ୍ଟ୍ରି ଗାଡ଼ି ଚଳାଚଳକୁ ଗୁରୁତ୍ବ ଦେଉଛନ୍ତି। ୨୦୩୦ ମସିହା ଶେଷ ସୁଦ୍ଧା ରାଜ୍ୟରେ ୫୦ ପ୍ରତିଶତ ଗାଡ଼ି ଚଳାଚଳ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ସରକାର ପୁର୍ବରୁ ନୂଆ ଇଭି ପଲିସି ଆଣିଛନ୍ତି, ଯାହା ଦ୍ବାରା ନୂଆ ଇଲେକ୍ଟ୍ରି ଗାଡ଼ି କିଣୁଥିବା ଲୋକଙ୍କୁ ପ୍ରୋତ୍ସାହନ ମିଳିବ।
ରାଜ୍ୟ ସରକାରଙ୍କ ନୂଆ ଇଭି ପଲିସି ଅନୁସାରେ ତିନି ଚକିଆ ଇଭି ଗାଡ଼ି କିଣିଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ମିଳିବ। ସେହିପରି ଚାରି ଚକିଆ ଇଲେକ୍ଟ୍ରି ଗାଡ଼ି ପାଇଁ ୧ଲକ୍ଷ ୫୦ ହଜାର ଟଙ୍କା ପ୍ରୋତ୍ସାହନ ଦେବେ। ରାଜ୍ୟ ସରକାର ଏହି ନିୟମ ୨୦୩୦ ଡିସେମ୍ବର ୩୧ ଯାଏଁ ବଳବତ୍ତର ରଖିବେ।

Related Topics
Explore more stories