Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚାନ୍ଦବାଲିରେ ରଥରୁ ଚିରିଲେ ପାଣ୍ଡିଆନ୍ ଓ ନବୀନଙ୍କ ଫଟୋ

Odisha

ଚାନ୍ଦବାଲିରେ ରଥରୁ ଚିରିଲେ ପାଣ୍ଡିଆନ୍ ଓ ନବୀନଙ୍କ ଫଟୋ

Manini Pattanayak
Browse all articles by Manini Pattanayak
·2 years ago·1 min read
ଚାନ୍ଦବାଲିରେ ରଥରୁ ଚିରିଲେ ପାଣ୍ଡିଆନ୍ ଓ ନବୀନଙ୍କ ଫଟୋ

ଭଦ୍ରକ: ଅର୍ପଣ ରଥ ନାଁରେ ମହାପ୍ରଭୁଙ୍କୁ ଅପମାନ। ସାରା ରାଜ୍ୟରେ ତେଜୁଛି ଅସନ୍ତୋଷ। ଭଦ୍ରକ ଚାନ୍ଦବାଲିରେ ରଥରୁ ଚିରିଲେ ପାଣ୍ଡିଆନ୍ ଓ ନବୀନଙ୍କ ଫଟୋ।  ଶ୍ରୀଜୀଉଙ୍କ ଫଟୋ ଲଗାଇ ହରିବୋଲ ପକାଇଲେ ଗ୍ରାମବାସୀ। ଲୋକଙ୍କ ଅଭିଯୋଗ, ଜଗନ୍ନାଥ ସଂସ୍କୃତିକୁ ଧ୍ବସଂ କରିବାକୁ ତାମିଲ ବାବୁ କରୁଛନ୍ତି ଷଡ଼ଯନ୍ତ୍ର। ଚାନ୍ଦବାଲିରେ ରଥରୁ ପାଣ୍ଡିଆନ୍ ଓ ନବୀନଙ୍କ ଫଟୋ ଚିରି ଜଗନ୍ନାଥ ଫଟୋ ଲଗାଇଛନ୍ତି ଗ୍ରାମବାସୀ । ସେହିପରି ଭୋଗରାଇରେ ବି କିଛି ସେଇଭଳି ଘଟଣାକୁ ନେଇ ଉତେଜନା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଜଗତସିଂହପୁର ଗୋପୀନାଥପୁର ଗାଁକୁ ରାସ୍ତା ନଥିବାରୁ ରଥ ଫେରାଇ ଦେଇଛନ୍ତି ଅସନ୍ତୋଷ ଗ୍ରାମବାସୀ ।  ସେପଟେ ରାଜ୍ୟ ସରକାର କିପରି ପରିକ୍ରମା ପ୍ରକଳ୍ପ ନାଁରେ ଅର୍ପଣ ରଥ ଗଡାଇ ଜଗନ୍ନାଥଙ୍କୁ ଅପମାନ କରୁଛନ୍ତି ବ୍ୟଙ୍ଗାତ୍ମକ ଢଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି କିଛି କବି । 

ଅନ୍ୟପଟେ ଜଗନ୍ନାଥ ପରିକ୍ରମା ପ୍ରକଳ୍ପକୁ ଦଳୀୟ କାର୍ଯ୍ୟକ୍ରମରେ ବିଜେଡି ପରିଣତ କରିଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଯାହାର ଜବାବ ରଖିଛି ବିଜେଡି । 
ପ୍ରଶ୍ନ ଜଗନ୍ନାଥଙ୍କ ପାଖରୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଫଟୋ ହଟାଇ ନବୀନ ଓ ପାଣ୍ଡିଆନ୍ ଙ୍କ ଫଟୋ ଲଗାଇବାକୁ ସହଜେ ଗ୍ରହଣ କରିପାରିବେ ତ ଓଡିଆ ସମାଜ । ମନ୍ଦିରରୁ ମା ଲକ୍ଷ୍ମୀ ଜଗନ୍ନାଥଙ୍କୁ ବାହାର କରିଦେବା ସମୟରେ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରା ଯେମିତି ବୁଲି ବୁଲି ଭିକ ମାଗୁଥିଲେ ସେମିତି ଏବେ ଓଡିଆଙ୍କ ଆରାଧ୍ୟ ଦେବତାଙ୍କୁ ବୁଲାଇ ବୁଲାଇ ଚାଉଳ ନଡିଆ ମାଗିବାକୁ ସାହାସ ଦେଲା କିଏ । ସତରେ କଣ କିଛି ଅଣ ଓଡିଆ ଶ୍ରୀମନ୍ଦିରକୁ ଶ୍ରୀହିନ କରିଦେଇନାହାନ୍ତି ତ ?   

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Photos of Pandian and Naveen torn from the chariot in Chandbali | Argus News