Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁନରୁଦ୍ଧାର ଅପେକ୍ଷାରେ ଫୁଲଝରି ଜଳସେଚନ ପ୍ରକଳ୍ପ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପୁନରୁଦ୍ଧାର ଅପେକ୍ଷାରେ ଫୁଲଝରି ଜଳସେଚନ ପ୍ରକଳ୍ପ

ଅର୍ଗସ ବ୍ୟୁରୋ:  ଫୁଲଝରି ଜଳସେଚନ ପ୍ରକଳ୍ପ। ପ୍ରକଳ୍ପର ମୁଖ୍ୟ ଗେଟ୍ ସମ୍ପୂର୍ଣ୍ଣ ଭାବରେ ପଙ୍କରେ ପୋତି ହୋଇ ଯାଇଥିବା ବେଳେ ଏହାର ସଟର ସବୁ ଦୂର୍ବୁତ ମାନେ ଭାଙ୍ଗି କି ନେଇଯାଇଛନ୍ତି।  ଯେଉଁ ଆଉଟ୍ ଲେଟ୍ ବ୍ୟବସ୍ଥା ରହିଛି ତାହା ସବୁ ଅଚଳ ହୋଇପଡିଛି । ଏପଟେ କେନାଲ ହୁଡା ସବୁ ଦବି ଗଲାଣି। ପ୍ରକଳ୍ପର ରକ୍ଷଣାବେକ୍ଷଣ ଅଭାବ  ଯୋଗୁଁ ଏହି ପ୍ରକଳ୍ପ ବିଲୁପ୍ତ ହେବାକୁ ବସିଛି।

ଫୁଲଝରି ଜଳସେଚନ ପ୍ରକଳ୍ପ  ଚନ୍ଦାହାଣ୍ଡି ବ୍ଲକର ଏକମାତ୍ର ଜଳସେଚନ ପ୍ରକଳ୍ପ ।  ଅନେକ ଥର କେନାଲ ର ମରାମତି ପାଈଁ ଟଙ୍କା ମଞ୍ଜୁର ହେଉଥିବା ବେଳେ ତାହା କେବଳ ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକାରେ  ଆତ୍ମସାତ ହେଉଥିବା ଅଭିଯୋଗ ହେଉଛି। ଏପଟେ ଚାଷୀମାନେ ପାଣି ନ ପାଇ ମଧ୍ୟ ରାଜସ୍ବ ବାବଦକୁ ଜଳକର ଖଜଣା ପୈଠ କରୁଥିବା ଅଭିଯୋଗ କରିଛନ୍ତି। ନବରଙ୍ଗପୁରର ଚନ୍ଦାହାଣ୍ଡି ବ୍ଲକ୍। ୧୯୬୩ମସିହାରେ ଗଠିତ ଏହି ବ୍ଲକ ମରୁଡି ପ୍ରବଣ ଭାବେ ଜଣାସୁଣା।ଏହି ବ୍ଲକର ମୋଟ ଜନସଂଖ୍ୟାର ୮୦ଭାଗ ଜନସାଧାରଣ ମୁଖ୍ୟତଃ କୃଷି ଉପରେ ନିର୍ଭର କରନ୍ତି। ମାତ୍ର ଚାଷୀ ମାନଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ କୌଣସି ପ୍ରକାର ସୁବିଧା ନାହିଁ।  ଚାଷୀମାନଙ୍କ ସୁବିଧା ନିମନ୍ତେ ସ୍ଥାନେ ସ୍ଥାନେ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲେ ହେଁ ଏହି ବ୍ଲକ୍ ଆଜି ମଧ୍ୟ ଏକ ଅଣଜଳସେଚିତ ବ୍ଲକ୍ ଭାବେ ରହି ଆସିଛି। 

ଚନ୍ଦାହାଣ୍ଡି ବ୍ଲକ ତଥା ଝରିଗାଁ ନିର୍ବାଚନ ମଣ୍ଡଳୀରେ 25ବର୍ଷ ଧରି ଗୋଟିଏ ପରିବାରର ରାଜୁତିରେ ଶାସନ ଚାଲିଥିବା ବେଳେ ଅନ୍ୟ ପ୍ରକଳ୍ପ ର ପରିକଳ୍ପନା ଦୂରର କଥା ରହିଥିବା ଫୁଲଝରି ପ୍ରକଳ୍ପ ର ମଧ୍ୟ ପୁନରୁଦ୍ଧାର ହୋଇପାରିଲାନାହିଁ। ଯାହା ଦ୍ଵାରା ଚାଷୀମାନେ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Phuljhari Irrigation Project awaiting restoration | Argus News