Videos
|
Odisha

ଆଜି ଶ୍ରୀମନ୍ଦିରକୁ ଫୁଲୁରୀ ତେଲ ବିଜେ

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଜି ଶ୍ରୀମନ୍ଦିରକୁ ଫୁଲୁରୀ ତେଲ ବିଜେ

ପୁରୀ:  ଆଜି ଶ୍ରୀମନ୍ଦିରକୁ ଫୁଲୁରୀ ତେଲ ବିଜେ। ଠାକୁରଙ୍କ ଅନବସର ସେବା ପାଇଁ ଶ୍ରୀମନ୍ଦିରକୁ ବିଜେ କରିବ ଫୁଲୁରୀ ତେଲ। ବଡ଼ ଓଡ଼ିଆ ମଠ ମହନ୍ତ ଏହି ତେଲ ପ୍ରସ୍ତୁତ କରି ମହାପ୍ରଭୁଙ୍କ ସେବା ପାଇଁ ପହଁଚାଇବେ। ହେରାପଞ୍ଚମୀରୁ ଆରମ୍ଭ ହୋଇଯାଏ ପର ବର୍ଷ ପାଇଁ ଠାକୁରଙ୍କ ଫୁଲୁରୀ ତେଲ ପ୍ରସ୍ତୁତି...24 ପ୍ରକାର ଉପାଦାନରେ ତିୁଆରି ହୋଇଥାଏ ମହାପ୍ରଭୁଙ୍କ ପାଇଁ ଏହି ତେଲ। 
ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଫୁଲୁରୀ ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପ୍ରତିବର୍ଷ ଅଣସରରେ ୬ ସେର ଫୁଲୁରୀ ତେଲ ଯୋଗାଯାଇଥାଏ। କେବଳ ନବକଳେବର ବର୍ଷରେ ୯ ସେର ଫୁଲୁରୀ ତେଲ ଦିଆଯାଇଥାଏ।  

ଏହି ଫୁଲୁରୀ ତେଲ ପ୍ରସ୍ତୁତି

ହେରାପଞ୍ଚମୀ ଦିନ ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଇ ଏକ ପାତ୍ରରେ ରଖି ମାଟିତଳେ ପୋତାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ତେଲକୁ ବାହାର କରାଯାଇ ରଖାଯାଇଥାଏ। ପଞ୍ଚମୀ ଦିନ ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ। ଶନିବାର ଅପରାହ୍ନରେ ମଠର ୨ଜଣ ସଦସ୍ୟ ହାଣ୍ଡିରେ ୬ ସେର ଫୁଲୁରୀ ତେଲ ନେଇ ଶ୍ରୀମନ୍ଦିରକୁ ଯାଇଥିଲେ। ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇଥିଲା। ଏହାପରେ ଅଣସର ଘର ଦ୍ୱାର ଖୋଲାଯାଇ ଅଣସର ନୀତି ଆରମ୍ଭ ହୋଇଥିଲା। ପତି ମହାପାତ୍ର ସେବକ ୩ଟି ରୂପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Phuluri tela is one of the important medicines used in the process of healing the gods | Argus News