Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କଙ୍କାଳ ଲଜ୍ଜା: ଜିତୁ ମୁଣ୍ଡାଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ଦେଲେ ଫିଜିକ୍ସ ଓ୍ବାଲାହ ପ୍ରତିଷ୍ଠାତା

Odisha

Jitu Munda Controversy / କଙ୍କାଳ ଲଜ୍ଜା: ଜିତୁ ମୁଣ୍ଡାଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ଦେଲେ ଫିଜିକ୍ସ ଓ୍ବାଲାହ ପ୍ରତିଷ୍ଠାତା

Banajyotshna Ray
Browse all articles by Banajyotshna Ray
·1 hour ago·3 min read
କଙ୍କାଳ ଲଜ୍ଜା: ଜିତୁ ମୁଣ୍ଡାଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ଦେଲେ ଫିଜିକ୍ସ ଓ୍ବାଲାହ ପ୍ରତିଷ୍ଠାତା
Jitu Munda Controversy

Key Points

ଜିତୁ ମୁଣ୍ଡାଙ୍କୁ ସହଯୋଗର ହାତ ବଢାଇଲେ ଫିଜିକ୍ସ ୱାଲାହ ଅଲେଖ ପାଣ୍ଡେ
୧୦ ଲକ୍ଷ ଟଙ୍କା ମିଳିଲା ଜିତୁ ମୁଣ୍ଡାଙ୍କୁ
କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରୁ ଆସିଥ‌ିବା ଏହି ହୃଦୟବିଦାରକ ଘଟଣା ସମଗ୍ର ଦେଶକୁ ଶୋକାଗ୍ରସ୍ତ କରିଦେଇଛି । ଏହି ଘଟଣାରେ ଜିତୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି, ନିଜ ମୃତ ଭଉଣୀଙ୍କ ଖାତାରୁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଯିବା ସମୟରେ, ଡେଥ ସର୍ଟିଫିକେଟ୍ ନଥୁବାରୁ ତାଙ୍କ ଆବେଦନ ଅସ୍ବୀକାର କରିଥିଲେ ବ୍ୟାଙ୍କ ଅଧିକାରୀ ଓ ତାଙ୍କୁ ତାଙ୍କ ଭଉଣୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ଦାଖଲ କରିବା ପାଇଁ କୁହାଯାଇଥିଲା। ବ୍ୟାଙ୍କରୁ ଜମା ଟଙ୍କା ଉଠାଇବାକୁ ମୃତ ଭଉଣୀର ଶବ ଖୋଳି ନେବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଏବେ ସବୁ ମହଲରେ ଚର୍ଚ୍ଚାର କାରଣ ପାଲଟିଛି। ଏମିତିରେ ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଜିତୁ ମୁଣ୍ଡାଙ୍କ ପାଇଁ ବଢ଼ିଛି ସହାୟତାର ହାତ।

ତେବେ ଏହା ପରେ ମାମଲା ପ୍ରଶାସନିକ ସ୍ତରରେ ଜୋର ଧରିଥିଲା। ଜିଲ୍ଲାପାଳ ଏବଂ ମନ୍ତ୍ରୀଙ୍କ ହସ୍ତକ୍ଷେପ କରିବା ସହ ଜିତୁଙ୍କୁ ତାଙ୍କ ଟଙ୍କା ଫେରସ୍ତ ହୋଇଥିଲା। ଏମିତିକି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆରଡିସି ତଦନ୍ତ ହୋଇଛି। ଯେଉଁଥିରେ ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ଜଣାପଡ଼ିଛି।ପୂର୍ବରୁ ରେଡକ୍ରସ ପକ୍ଷରୁ ଜିତୁଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ, ଏବେ ତାଙ୍କୁ ସାହାଯ୍ୟ କରିଛନ୍ତି ଫିଜିକ୍ସ ୱାଲାହ ଏବଂ ବିଦ୍ୟାପୀଠର ସିଇଓ ଅଲଖ ପାଣ୍ଡେ। ସେ ଅନଲାଇନ ମାଧ୍ୟମରେ ଜିତୁଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ସେହିଭଳି ଜିତୁ ମୁଣ୍ଡାଙ୍କୁ ଦୁଇ ପୂର୍ବତନ ପିସିସି ସଭାପତି ମଧ୍ୟ ୨୪ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।

ସୂଚନାଥାଉକି, କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଅଞ୍ଚଳର ଜିତୁ ମୁଣ୍ଡା ନିଜ ମୃତ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଯାଇଥିଲେ। କିନ୍ତୁ ସେଠାରେ ବ୍ୟାଙ୍କ୍ କର୍ମଚାରୀ ତାଙ୍କୁ ପ୍ରମାଣ ମାଗିଥିଲେ। ଫଳରେ ଜିତୁ ସିଧା ସଳଖ ଭଉଣୀଙ୍କ କଙ୍କାଳ ନେଇ ପହଞ୍ଚିଥିଲେ। ଯାହାପରେ ଏକ ବ୍ୟାଙ୍କରେ ଉପୁଜିଥିଲା ଏକ ଛାତିଥରା ଦୃଶ୍ୟ। ଟଙ୍କା ପାଇଁ ବ୍ୟାଙ୍କ ଆଗରେ କଙ୍କାଳ ରଖିବା ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କର ସମ୍ପୁର୍ଣ୍ଣ ଅବହେଳା ଥିବା କହିଛନ୍ତି ଉତ୍ତରାଞ୍ଚଳ RDC. ଏଥିସହିତ, ମୃତ୍ୟୁ ପ୍ରମାଣପତ୍ର ମିଳିବାରେ ଅଯଥା ବିଳମ୍ବ ଘଟିଥିବା ସେ କହିଛନ୍ତି । ବ୍ୟାଙ୍କରୁ ଭଉଣୀଙ୍କ କଙ୍କାଳ ଧରି ଫେରିବା ବେଳେ, ଜିତୁ ମୁଣ୍ଡାଙ୍କୁ ଗାଡ଼ି ଯୋଗାଇ ନଦେବା ଘଟଣାରେ ପୋଲିସ ଉପରେ ସେ କ୍ଷୋଭ ପ୍ରକାଶ କରିଛନ୍ତି । ତଦନ୍ତର ଏକ ପୁଙ୍ଖାନୁପୁଙ୍ଖ ରିପୋର୍ଟ ସେ ସରକାରଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି ।''

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ଉତ୍ତରାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର କେନ୍ଦୁଝରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଥମେ ପାଟଣା ବ୍ଲକ ଡ଼ିଆନାଳି ଗାଁରେ ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚି ଶ୍ମଶାନ ସ୍ଥଳ ପରିଦର୍ଶନ କରିଥିଲେ । ଘଟଣା ସମ୍ପର୍କରେ ଜିତୁ ମୁଣ୍ଡା, ଗ୍ରାମବାସୀ ଏବଂ ଅନ୍ୟମାନଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ । କେଉଁ ପରିସ୍ଥିତିରେ ମାଟିରୁ ଭଉଣୀଙ୍କ କଙ୍କାଳ ଖୋଳି କାନ୍ଧରେ ବୋହି, ପ୍ରଚଣ୍ଡ ଖରାରେ, ଖାଲି ପାଦରେ ୩କିଲୋମିଟର ଦୂର ବ୍ୟାଙ୍କ ଯାଏ ଗଲେ, ସେନେଇ ତଦନ୍ତ କରିଥିଲେ । ଏହାପରେ ସେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ମଲ୍ଲିପଶି ଶାଖାରେ ପହଞ୍ଚି ପାଖାପାଖି ୧ଘଣ୍ଟାରୁ ଉର୍ଦ୍ଧ୍ୱ ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ କରିଥିଲେ । ପୂର୍ବରୁ ଜିତୁ ମୁଣ୍ଡା, ନିଜ ଭଉଣୀ କାଲରା ମୁଣ୍ଡାଙ୍କ ସହ, ୮ଥର ଟଙ୍କା ଉଠାଣ କରିଥିବା ସେ CCTV ଫୁଟେଜ୍ ରୁ ଜାଣିବାକୁ ପାଇଥିଲେ । ଗତ ୨୬-୧୨-୨୦୨୫ ତାରିଖ, ମକର ସଂକ୍ରାନ୍ତି ପୂର୍ବରୁ ସେମାନେ ୫ଶହ ଟଙ୍କା ବ୍ୟାଙ୍କରୁ ଉଠାଇଥିବା କହିଥିଲେ RDC । ବ୍ୟାଙ୍କ କର୍ତ୍ତୃପକ୍ଷ, ଜିତୁ ମୁଣ୍ଡା ଓ ତାଙ୍କ ଭଉଣୀଙ୍କୁ ଭଲଭାବେ ଜାଣିଥିବା RDC କହିଛନ୍ତି ।''

ଏଥିସହ ପଢ଼ନ୍ତୁ: ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ, ୨ ଗୁରୁତର

ଘଟଣା ଦିନ ଜିତୁ ମୁଣ୍ଡା, ବ୍ୟାଙ୍କରେ ପାଖାପାଖି ୧ଘଣ୍ଟା ରହି ଟଙ୍କା ଉଠାଇବାକୁ ବ୍ୟାଙ୍କ ମ୍ୟାନେଜର୍ ଓ କ୍ୟାସିୟର୍ ଙ୍କ ନିକଟକୁ ଯାଇଥିବା CCTV ରୁ ଜଣାପଡ଼ିଛି । ଏହାର କିଛି ଘଣ୍ଟା ପରେ ସେ ଏଭଳି କାଣ୍ଡ ଭିଆଇଥିଲେ । ଅନ୍ୟ ସମୟରେ ପୋଲିସ୍ ଶବକୁ ସମ୍ମାନ ଦେଇ ଗାଡି ଯୋଗାଡ଼ କରୁଥିବା ବେଳେ, ଏଠାରେ କାହିଁକି ଜିତୁ ମୁଣ୍ଡାଙ୍କୁ ପୁନର୍ବାର କାନ୍ଧରେ ଶବନେଇ ଯିବାକୁ ଦେଲେ । ତାକୁ ନେଇ ଘୋର ଉଦବେଗ ପ୍ରକାଶ କରିଛନ୍ତି RDC ।ପ୍ରଥମେ, ଏହା ଏକ ଲଜ୍ୟାଜନକ ଘଟଣା ବୋଲି RDC କହିଛନ୍ତି । ମୃତ୍ୟୁ ପ୍ରମାଣପତ୍ର ମିଳିବାରେ ବିଳମ୍ବ ହେବାକୁ ନେଇ ସେ କ୍ଷୋଭ ପ୍ରକାଶ କରିବା ସହିତ ଡ଼ାକ୍ତରଖାନାରେ ପହଞ୍ଚି ତଦନ୍ତ କରିଥିଲେ ।''

ତଦନ୍ତ ସମୟରେ ଏଥିରେ ଜିତୁ ମୁଣ୍ଡାଙ୍କ ସହିତ, ଅନ୍ୟ ଜଣଙ୍କର ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲେ । ଗୋଟିଏ ପଟେ, ଜିତୁ ମୁଣ୍ଡା ନିରୀହ ଓ ନିରକ୍ଷର ହୋଇଥିବା ବେଳେ, ଅନ୍ୟପଟେ, ତାଙ୍କ ଭଉଣୀର ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଗୁରୁବାରୀ ମୁଣ୍ଡା ଆଫିଡ଼େଭିଟ୍ ଦାଖଲ କରିଥିଲେ । ଟଙ୍କା ଖର୍ଚ୍ଚ କରି ଅନ୍ୟଜଣେ ଆଫିଡ଼େଭିଟ୍ ଦାଖଲ କରିବା ଘଟଣା, ସନ୍ଦେହ ସୃଷ୍ଟି କରିଛି । ଏଭଳି ଘଟଣା ପାଇଁ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଜିତୁ ମୁଣ୍ଡା।''

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Jitu Munda Controversy | Physics Wallah Founder Extends ₹10 Lakh Financial Aid to Jitu Munda | Argus News | Argus News