ଚୋରା କାଠ ବୋଝେଇ ପିକ୍ଅପ୍ ଜବତ
·1 year ago

ଅର୍ଗସ ବ୍ୟୁରୋ: ଚୋରା କାଠ ବୋଝେଇ ପିକଅପକୁ ଧରିଲା ବନବିଭାଗ। ଦୁଇ ଜଣଙ୍କୁ ଅଟକ ରଖିଛି ବନବିଭାଗ। ଆନନ୍ଦପୁର ବନ ବିଭାଗ ର ପାଟ୍ରୋଲିଂ ସମୟରେ ରାମଚନ୍ଦ୍ରପୁର ଥାନା ଅଧୀନ ପଟିଲୋ ଗାଁ ନିକଟରେ ଏକ ଚୋରାକାଠ ଭର୍ତ୍ତି ପିକ ଅପ୍କୁ ଧରିଛନ୍ତି ବନବିଭାଗ କର୍ମଚାରୀମାନେ। ଗାଡ଼ିରେ ନିମ୍ବ ଓ ପୁଟିଆ କାଠ ଗଣ୍ଡି ମାନ ରହିଛି।
ତେବେ ବୋଝେଇ ହୋଇଥିବା କାଠର କୌଣସି କାଗଜପତ୍ର ନ ଥିବାରୁ ଗାଡିକୁ ଜବତ କରିବାସହ ୨ଜଣଙ୍କୁ ଅଟକରଖି ଅଧିକ ତଦନ୍ତ ଚଳାଇଛି ବନବିଭାଗ । ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳରୁ ଏହି କାଠସବୁ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଥିବା ସ-ମିଲ୍ କୁ କଟାଇବା ପାଇଁ ଆସୁଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: