|
logo
Live

Argus News - କୁକୁଡ଼ା ବୁଝେଇ ପିକଅପ ଗାଡ଼ି ସହ ବାଇକ ମଧ୍ୟରେ ମୁହାମୁହିଁ ଧକ୍କା, 2 ମୃତ

Odisha

କୁକୁଡ଼ା ବୁଝେଇ ପିକଅପ ଗାଡ଼ି ସହ ବାଇକ ମଧ୍ୟରେ ମୁହାମୁହିଁ ଧକ୍କା, 2 ମୃତ

Smruti Parija
Browse all articles by Smruti Parija
·2 years ago·1 min read
କୁକୁଡ଼ା ବୁଝେଇ ପିକଅପ ଗାଡ଼ି ସହ ବାଇକ ମଧ୍ୟରେ ମୁହାମୁହିଁ ଧକ୍କା, 2 ମୃତ

ମାଲକାନଗିରି: କାଲିମେଳା, ମାଲକାନଗିରି ମୋଟୁ 326 ନମ୍ବର ଜାତୀୟ ରାଜପଥରେ ପୁଣି ମର୍ମନ୍ତୁଦ ଦୁର୍ଘଟଣା । Mv 126 ଘାଟି ନିକଟରେ ରବିବାର ଅପରାହ୍ନ 4 ଟା ସମୟରେ କୁକୁଡା ବୋଝେଇ ପିକଅପ୍ ଗାଡ଼ି ସହ ମୋଟର ସାଇକେଲ ମଧ୍ୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । 

ଦୁର୍ଘଟଣାରେ 2 ଜଣ  ଯୁବକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତକୁ ପ୍ରଥମେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତ 2 ଯୁବକ  କାଲିମେଳା ପଞ୍ଚାୟତ ଅନ୍ତର୍ଗତ କୁତବାନପଲ୍ଲୀ ଗ୍ରାମର ମୁକା ମାଢ଼ିର ପୁଅ ସୁଜିତ ମାଢ଼ି ଏବଂ ଗଙ୍ଗା ମାଢ଼ିର ପୁଅ ଶିଙ୍ଗା ମାଢ଼ି । ଆହତ ଜଣଙ୍କ ହେଲେ ଗ୍ରାମର ଗଙ୍ଗା ବେଟୀର ପୁଅ ସମିର ବେଟୀ  ।

ଘଟଣାରୁ ପ୍ରକାଶ ଯେ ଏହି 3 ଜଣ ସାଙ୍ଗ ଗୋଟିଏ ମୋଟର ସାଇକେଲ ଯୋଗେ ଯାତ୍ରା କରୁଥିବାବେଳେ ବିପରୀତ ଦିଗରରୁ ପିକଅପ ଗାଡ଼ି ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ 3 ଜଣ ରାସ୍ତା କଡ଼କୁ ଛିଟିକି ପଡିଥିଲେ । ସେମାନଙ୍କ ମଧ୍ୟରୁ ସୁଜିତ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ଶିଙ୍ଗା କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁବରଣ କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ କାହାର ଭୂଲ୍ ପାଇଁ ଏତେ ବଡ଼ ଦୁର୍ଘଟଣା ହେଲା ସେ ନେଇ mv 79 ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶବ ଏବଂ ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । କୁତବାନପଲ୍ଲୀ ଗ୍ରାମର 2 ଜଣଙ୍କ ମୃତ୍ୟୁ ହେବା ପରେ ଗ୍ରାମରେ ଏକପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
କୁକୁଡ଼ା ବୁଝେଇ ପିକଅପ ଗାଡ଼ି ସହ ବାଇକ ମଧ୍ୟରେ ମୁହାମୁହିଁ ଧକ୍କା, 2 ମୃତ | Argus News