ମନ୍ଦିରରୁ ଉଠାଇ ନେଲେ ହୁଣ୍ଡିବାକ୍ସ
·1 year ago·1 min read

ମୟୂରଭଞ୍ଜ: ମାତିଲେ ଲୁଟେରା, ୫ ଦିନରେ ୪ ଜାଗାରୁ ଲୁଟ। ଘର ପରେ ମନ୍ଦିରରୁ ଲୁଟ। ମନ୍ଦିରରୁ ଲୁଟି ଉଠାଇ ନେଲେ ହୁଣ୍ଡିବାକ୍ସ। ଏଭଳି ଘଟଣା ଘଟିଛି ଉଦଳା ଥାନା କଲେଜ ରୋଡ଼ରେ ଥିବା ଭୈରବ ଶଙ୍କର ମନ୍ଦିରରେ। ମନ୍ଦିର ପୂଜକ ଆଜି ସକାଳେ ମନ୍ଦିରରେ ପହଞ୍ଚି ବାହାର ଗେଟ ଖୋଲା ଥିବା ଦେଖିବାକୁ ପାଇଥିଲେ। ଏହା ପରେ ମନ୍ଦିର ଭିତରେ ଥିବା ହୁଣ୍ଡିବାକ୍ସକୁ ଦୁର୍ବୃତ୍ତମାନେ ଲୁଟି ନେଇଥିବା ଜାଣିବାକୁ ପାଇଥିଲେ।
ପରେ ଏ ନେଇ ମନ୍ଦିର କମିଟି ସଦସ୍ୟଙ୍କୁ ଜଣାଇବା ପରେ କମିଟି ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଉଦଳା ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଗତ ୫ ଦିନ ମଧ୍ୟରେ ୪ ଗୋଟି ସ୍ଥାନରୁ ଲୁଟ ହୋଇଛି। ଦିନକ ପୂର୍ବରୁ ଶିକ୍ଷକଙ୍କ ଘରେ ସିସିଟିଭି ଢାଙ୍କି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିଲା। ଏହା ସହିତ ଦୁର୍ଗାପୂଜା ସମୟରେ ଦୁଇ ଜଣଙ୍କ ଘରୁ ମଧ୍ୟ ଲୁଟ ହୋଇଛି। ହେଲେ ପୋଲିସ ହାତ ଖାଲି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: