Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଜାତୀୟ ରାଜପଥରୁ ୩ ଗୋରୁ ବୋଝେଇ ପିକଅପ ଜବତ

Odisha

ଜାତୀୟ ରାଜପଥରୁ ୩ ଗୋରୁ ବୋଝେଇ ପିକଅପ ଜବତ

Ritu Das
Browse all articles by Ritu Das
·2 years ago·1 min read
ଜାତୀୟ ରାଜପଥରୁ ୩ ଗୋରୁ ବୋଝେଇ ପିକଅପ ଜବତ

ଅର୍ଗସ ବ୍ୟୁରୋ: ୪୯ ନମ୍ବର ଜାତୀୟ ରାଜପଥ ରେ ପେଟ୍ରୋଲିଙ୍ଗ ବେଳେ ତିନି ଗୋରୁ ବୋଝେଇ ପିକଅପ ଭ୍ୟାନ ସହ ଏକ ବୋଲେରୋ ଗାଡି କୁ ଗୋଡାଇ ଗୋଡାଇ ତେଲକୋଇ ପୁଲିସ ଧରିଛି।ବୋଲେରୋ ଗାଡିରେ ଥିବା ୪ ଗୋମାଫିଆ ଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଗୋରୁ ଗୁଡିକୁ ଅମାନୁଷିକ ଭାବେ ଚାରି ଗୋଡକୁ ଏକାଠି ବାନ୍ଧି ଆଳୁ ବସ୍ତା ଭଳି ଲଦି ଗୋ ମାଫିଆ ମାନେ ନେଉଛନ୍ତି।

ଗତକାଲି ବିଳମ୍ବିତ ରାତିରେ ବଜରଙ୍ଗ ଦଳର କର୍ମୀ ଓ ପୁଲିସ ଜଗମୋହନପୁର ଛକରେ ଗୋରୁ ବୋଝେଇ ପିକଅପ ଗୁଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ।ହେଲେ ମାଫିଆ ମାନେ ଅଟକି ନଥିଲେ।ଫଳରେ ପୁଲିସ ଓ ବଜରଙ୍ଗ କର୍ମୀ ମାଫିଆଙ୍କୁ ଗୋଡାଇ ଥିଲେ। ବାରହାଦେବତା ଘାଟି ନିକଟରୁ ପିକଅପ ଭ୍ୟାନ ସହିତ ବୋଲେରୋକୁ ଧରି ଥାନାକୁ ଆଣିଥିଲେ ଏବଂ ତିନି ବୋଲେରୋରୁ ୨୨ ଟି ଗୋରୁ ଉଦ୍ଧାର କରାଯାଇଛି। ଆଉ କିଛି ଗୋରୁ ବୋଝେଇ ଗାଡି ଖସିଯାଇଥିବା ସୂଚନା ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Pickup carrying | Argus News