Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟ୍ରକକୁ ପଛରୁ ପିଟିଲା ପିକଅପ: ଡ୍ରାଇଭର ମୃତ

Odisha

ଟ୍ରକକୁ ପଛରୁ ପିଟିଲା ପିକଅପ: ଡ୍ରାଇଭର ମୃତ

Ritu Das
Browse all articles by Ritu Das
·2 years ago·1 min read
ଟ୍ରକକୁ ପଛରୁ ପିଟିଲା ପିକଅପ: ଡ୍ରାଇଭର ମୃତ

ଅର୍ଗସ ବ୍ୟୁରୋ: ଧାମରା ନିକଟରେ ଛିଡା ହେଇଥିବା ଟ୍ରକ ର ପଛ ପଟରୁ ଧକା ଦେଲା ମାଛ ବୋଝେଇ ପିକପ ଭେନ। ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ ହେଇଥିବାବେଳେ ଅନ୍ୟ 2ଜଣ ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ଧାମରା ନିକଟରେ ଆଜି ଭୋର ସମୟରେ। ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଗୁରୁତର 2 ଜଣ ହେଲେ କେନ୍ଦ୍ରାପଡା ଜିଲା  ମହାକାଳପଡ଼ା ଜମୁ ମେରାଇନ ଥାନା ଖରିନାଶୀ ଅଞ୍ଚଳର ରାମକୃଷ୍ଣ ସିଗଦାର ଓ ଦେବଶଙ୍କର ସିଗଦାର । 

ଏକ ପିକଅପରେ ମାଛ ନେଇ ଚନ୍ଦିନିପାଳକୁ ଯାଉଥିବା ବେଳେ ଭୋର ସମୟରେ ଧାମରା ନିକଟରେ ଛିଡା ହେଇଥିବା ଟ୍ରକକୁ ପଛ ପଟରୁ ଧକା ଦେଇଥିଲା। ଧାମରା ଆଦାନୀ ପୋର୍ଟ ଆମ୍ବୁଲାନ୍ସରେ  3ଜଣଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତି କରାଯାଇଥିଲା । ହେଲେ ଡ୍ରାଇଭରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ 2 ଜଣଙ୍କର ଚିକିତ୍ସା ଜାରି ରହିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Pickup heat | Argus News