|
logo
Live

Argus News - ଓଲଟିଲା ପରିବା ବୋଝେଇ ପିକଅପ ଗାଡି:  ଜଣେ ଗୁରୁତର, ୫ ଆହତ 

Odisha

ଓଲଟିଲା ପରିବା ବୋଝେଇ ପିକଅପ ଗାଡି:  ଜଣେ ଗୁରୁତର, ୫ ଆହତ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଓଲଟିଲା ପରିବା ବୋଝେଇ ପିକଅପ ଗାଡି:  ଜଣେ ଗୁରୁତର, ୫ ଆହତ 

ବଲାଙ୍ଗିର: ଓଲଟିଲା ପିକଅପ ଗାଡି । ନଷ୍ଟ ହେଲା ପରିବା । କଣ୍ଟାବାଞ୍ଜି ରୁ ସିନ୍ଧେକେଲା ବଜାର ପରିବା ବିକ୍ରି କରିବାକୁ ଯାଉଥିଲା।  ଧାମନଡଙ୍ଗା ଗାଁ ଠାରେ ଭାରସାମ୍ୟ ହରାଇ ଓଲଟି ଯାଉଥିଲା । ଜଣେ ପରିବା ବ୍ୟବସାୟୀ ଗୁରୁତର ହେବା ସହ ଅନ୍ୟ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି ।  ସୂଚନା ଅନୁସାରେ,ଆଜି ସକାଳୁ ଏକ।ପିକ ଅପ ଗାଡି କଣ୍ଟାବାଞ୍ଜି ରୁ ସିନ୍ଧେକେଲା ବଜାର ପରିବା ବିକ୍ରି କରିବାକୁ ଯାଉଥିଲା । ଧାମନଡ଼ଙ୍ଗା ଗାଁ ଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ପିକ ଅପ ଗାଡି । ଫଳରେ ଗାଡି ଟି ରାସ୍ତା ପାର୍ଶ୍ଵ ରେ ଥିବା ଏକ ଚାଷ ଜମି ଭିତର କୁ ପଶିଯାଇଛି ।

ଏଥିରେ କଣ୍ଟାବାଞ୍ଜି ସତନାମୀ ପଡା ର ଜଣେ ବ୍ୟବସାୟୀ ଗୁରୁତର ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି।  ସ୍ଥାନୀୟ ଲୋକେ ଗୁରୁତର ଓ ଆହତ ଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡ଼ାକ୍ତର ଖାନା ରେ ଭର୍ତି କରାଯାଇଛି । ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଓଲଟିଲା ପରିବା ବୋଝେଇ ପିକଅପ ଗାଡି:  ଜଣେ ଗୁରୁତର, ୫ ଆହତ  | Argus News