Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚୋରା କାଠ ବୋଝେଇ  ପିକ୍‌ଅପ୍ ଜବତ, ଦୁଇ ଅଟକ  

Manini Pattanayak
Browse all articles by Manini Pattanayak
·1 year ago·1 min read
ଚୋରା କାଠ ବୋଝେଇ  ପିକ୍‌ଅପ୍ ଜବତ, ଦୁଇ ଅଟକ  

କେନ୍ଦୁଝର:  ଚୋରା କାଠ ବୋଝେଇ ପିକଅପ୍ କୁ ଧରିଲା ବନବିଭାଗ। ଏଥିରେ  ଦୁଇ ଅଟକ ଥିବା ସୂଚନା  l ଆନନ୍ଦପୁର ବନ ବିଭାଗ ର ପେଟ୍ରୋଲିଂ ସମୟରେ ରାମଚନ୍ଦ୍ରପୁର ଥାନା ଅଧିନ ପଟିଲୋ ଗାଁ ନିକଟରେ ଏକ ଚୋରାକାଠ ଭର୍ତ୍ତି ପିକଅପ୍ କୁ ଧରିଛନ୍ତି ବନବିଭାଗ କର୍ମଚାରୀମାନେ ।

ଗାଡ଼ିରେ ଲିମ୍ବ ଓ ପୁଟିଆ କାଠ ଗଣ୍ଡି ମାନ ରହିଛି । ତେବେ ବୋଝେଇ ହୋଇଥିବା କାଠ ର କୈାଣସି କାଗଜପତ୍ର ନଥିବାରୁ  ଗାଡି ଟିକୁ ଜବତ କରିବା ସହ ଡ୍ରାଇଭର ଝୁମ୍ପୁରା ଥାନା ରାଜେନ୍ଦ୍ର  ନାୟକ ଓ କାଠ ବ୍ୟବସାୟୀ  ଘଷିପୁରା ଥାନା ଜଳ ସୁଆଁପାଟଣା ଗାଁ ର ଚିନ୍ତାମଣି ସାହୁ ଙ୍କୁ ଅଟକରଖି ଅଧିକ ତଦନ୍ତ ଚଳାଇଛି ବନବିଭାଗ । ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳରୁ ଏହି କାଠସବୁ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଥିବା ସ-ମିଲ୍ କୁ କଟାଇବା ପାଇଁ ଆସୁଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି  ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pickup truck seized, two detained | Argus News