କଣ୍ଟାବାଞ୍ଜିରେ ଗୋରୁ ବୋଝେଇ ପିକଅପ ଭ୍ୟାନ ଅଟକ
·2 years ago·1 min read

ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି- ତୁରେକେଲା ରାସ୍ତାରେ ଥିବା ଅଗ୍ନିଶମ କାର୍ଯ୍ୟାଳୟ ପାଖରେ ଏକ ଗୋରୁ ଚାଲାଣ ପିକଅପ ଭ୍ୟାନ ଅଟକ କରାଯାଇଛି। ଗୋ-ସେବା ସଂଗଠନ ଏବଂ ରାମ ସେନା କଣ୍ଟାବାଞ୍ଜି ପକ୍ଷରୁ ଏକ ପିକଅପ ଭ୍ୟାନକୁ ଗୋ ଚାଲାଣ ହେଉଥିବା ସନ୍ଦେହ କରି ଗାଡିକୁ ଅଟକାଇ ଥିଲେ l ପରେ କଣ୍ଟାବାଞ୍ଜି ପୋଲିସକୁ ଖବର ଦେଇ ଜିମା ଦେଇଥିବା ଜଣାପଡିଛି। ତେବେ କଣ୍ଟାବାଞ୍ଜି ପୋଲିସ ପିକଅପ ଚାଳକ ସମେତ ଆଉ ଦୁଇ ଜଣକୁ ଅଟକ ରଖି ପଚରାଉଚରା କରିଛି।
ଏହି ଗାଡ଼ିରେ ଗାଈମାନଙ୍କୁ ପ୍ରାଣୀ ଉତ୍ପୀଡନ ଅଧିନିୟମକୁ ଉଲ୍ଲଂଘନ କରି ଚାଲାଣ କରାଯାଉଥିବା ସନ୍ଦେହ କରି ଅଟକ ରଖାଯାଇଥିଲା । ଏହି ରାସ୍ତା ଦେଇ ଅନେକ ସମୟରେ ବେଆଇନ ଭାବରେ ଗୋଚାଲାଣ କରାଯାଉଛି । ସବୁ ଜାଣିଶୁଣି ଚୁପ୍ ରହିଛି ପ୍ରଶାସନ। ଗୋଚାଲାଣକୁ ପ୍ରଶାସନ ନ ରୋକିଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ରାମ ସେନା ପକ୍ଷରୁ ଚେତାବନୀ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: