Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁର୍ଗମରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

Odisha

ଦୁର୍ଗମରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୁର୍ଗମରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ଅର୍ଗସ ବ୍ୟୁରୋ:   ରାୟଗଡା ସହର ଠାରୁ ମାତ୍ର 6 କିଲୋମିଟର ଦୂରରେ ଥିବା ହଲୁଆ ଗାଁର ସ୍କିୁଲ ବିଲଡିଂ। ଠାରେ ରାଜ୍ୟ ସରକାରଙ୍କ ରାମସା ଅନୁଦାନରେ ୫୮ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳରେ ଗତ ୨୦୧୦-୧୧ ଆର୍ଥିକ ବର୍ଷରେ ନିର୍ମାଣ ହୋଇଥିଲା ନୂତନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବିଲ୍ଡିଂ । ଜାତି ଓ ଜନଜାତି ସଂପ୍ରଦାୟର ଶତାଧିକ ଛାତ୍ରଛାତ୍ରୀ ଭାଙ୍ଗିରୁଜି ଯାଇଥିବା ପୁରୁଣା ବିଦ୍ୟାଳୟକୁ ଛାଡି ନୂଆ ବିଦ୍ୟାଳୟରେ ପଢିବା ପାଇଁ ଆଶା ବାନ୍ଧିଥିଲେ । ନୂଆ ବିଦ୍ୟାଳୟ ନିର୍ମାଣ ହେଲା କିନ୍ତୁ ପିଲାଙ୍କ ପାଠପଢାରେ ବ୍ୟବହାର ହୋଇପାରିଲା ନାହିଁ।  ଦୀର୍ଘ ୯ ବର୍ଷ ଧରି ବ୍ୟବହାର ନହୋଇ ଏବେ ଏହି ସ୍କୁଲ ଗୃହ ପାଲଟିଛି ଭୂତକୋଠି।  ।  ସ୍କୁଲ ଗୃହର ବିଭିନ୍ନ ସ୍ଥାନ ଭାଙ୍ଗି ଯାଇଥିବା ବେଳେ। ବିଭିନ୍ନ ସ୍ଥାନେର ଉଇହୁଙ୍କା ହୋଇଛି। ସେଭଳି ସ୍କୁଲରେ ଲାଗିଥିବା ଲକ୍ଷଲକ୍ଷ ଟଙ୍କାର ଇଲେକ୍ଟ୍ରିକାଲ ଆସବା ପତ୍ର ଚୋରି ହୋଇ ସାରିଲାଣି ।

ଏହେଉଛି ବର୍ତ୍ତମାନ ହଲୁଆ ଗ୍ରାମରେ ଚାଲିଥିବା ସ୍କୁଲ ଗୃହର ଦୃଶ୍ୟ। ଗାଁରେ ଥିବା ପୁରୁଣା ବିଲ୍ଡିଂଗରେ ଅଛି ମାତ୍ର ୪ଟି ଶ୍ରେଣୀ ଗୃହ। ପ୍ରଥମରୁ ୧୦ମ ଶ୍ରେଣୀ  ପର୍ଯନ୍ତ ଥିବା ଏହି ସ୍କୁଲରେ ପିଲା ସଂଖ୍ୟା ୧୫୦ ସହରୁ ଉର୍ଦ୍ଧ୍ବ। ତେବେ ଶ୍ରେଣୀ ଗୃହ ଅଭାବ କାରଣରୁ ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ଦୁଇଟି ଶ୍ରେଣୀ ପିଲାଙ୍କ ପାଠ ପଢା। ଯାହା ଫଳରେ ଛାତ୍ର ଛାତ୍ରୀ ମାନଙ୍କର ପାଠ ପଢ଼ାରେ ଅନେକ ସମସ୍ୟା ସୃଷ୍ଟି ହେଉଛି। ଦୁର୍ଗମର ଆନ୍ଧକାରମୟ ଶିକ୍ଷା ବ୍ୟବସ୍ଥା,   ଅନ୍ଧାର ରେ ସତାଧିକ ପିଲାଙ୍କ ଭବିଷ୍ୟତ। ଏଠି ପ୍ରଶ୍ନ ଉଠୁଛି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମିତ ଏହି ଶ୍ରେଣୀଗୃହ କାହିଁକି ବ୍ୟବହାରରେ ଲାଗିଲାନି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Picture of education system failed in rural | Argus News