Pihu Mother / କିଏ ଦେଉଛି ପିହୁ ମା'ଙ୍କୁ ହତ୍ୟା ଧମକ, ଥାନାରେ ଦେଲେ ଅଭିଯୋଗ
·7 months ago·2 min read

Key Points
ବହୁ ଚର୍ଚ୍ଚିତ ପିହୁ ନିଖୋଜ ଘଟଣା
ପିହୁର ମା'କୁ ଫୋନରେ ଆସୁଛି ହତ୍ୟା ଧମକ
ପିହୁର ମା'କୁ ଫୋନରେ ଆସୁଛି ହତ୍ୟା ଧମକ
ବହୁ ଚର୍ଚିତ ପିହୁ ନିଖୋଜ ଘଟଣା । ପିହୁର ମା'କୁ ଫୋନ କଲରେ ଆସୁଛି ହତ୍ୟା ଧମକ । ଯାହାକୁ ନେଇ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପିହୁର ମା' ମୋନାଲିସା ନାୟକ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୁଦନପୁର ଗ୍ରାମର କୁନି ଝିଅ ପିହୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ଯାହାକୁ ନେଇ ମା' ମୋନାଲିସା ନାୟକ ଆଜି ପର୍ଯ୍ୟନ୍ତ ଝିଅର ସନ୍ଧାନ ନିମନ୍ତେ ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି ।
କିନ୍ତୁ ଗତ 2 ମାସ ହେବ ତାଙ୍କ ମୋବାଇଲ ନମ୍ବରକୁ ଦୁଇ ତିନୋଟି ଭିନ୍ନ ଭିନ୍ନ ନମ୍ବରରୁ ଫୋନ ଆସୁଥିବା ବେଳେ ସେମାନେ ଅସଭ୍ୟ ଭାଷାରେ ଗଳିଗୁଲଜ କରିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ଯାହାକୁ ନେଇ ଗତ 4 ତାରିଖ ଦିନ ମୋନାଲିସା ନାୟକ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିଞ୍ଝାରପୁର ପୋଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ପିହୁ ମା’ଙ୍କୁ କିଏ ଦେଉଛି ହତ୍ୟା ଧମକ ? କାହିଁକି ପିହୁ ମା’ଙ୍କୁ ମାରିଦେବାକୁ କିଏ ଚାହୁଁଛି ? ଏହା ପଛରେ କଣ ରହିଛି କି କିଛି ଷଡ଼ଯନ୍ତ୍ର ? ଏସବୁ ପ୍ରଶ୍ନ ଭିତରେ ତଦନ୍ତ ଆରମ୍ଭ କରିଛି ବିଞ୍ଝାରପୁର ଥାନା ପୋଲିସ ।
ଏଥିସହ ପଢ଼ନ୍ତୁ: ହସିନା ଯେତେ ଦିନ ଚାହିଁବେ ଭାରତରେ ରହିପାରିବେ: ଜୟଶଙ୍କର
ରାଜଧାନୀ ହାଇ ସିକ୍ୟୁରିଟି ଜୋନ ଭିତରୁ ଦୃଷ୍ଟି ବାଧିତ ମାଆ କୋଳରୁ ଅପହୃତ ହୋଇଥିବା ଦୁଇ ବର୍ଷର ଶିଶୁ ପୁତ୍ରକୁ ଖୋଜି ବାହାର କରିବା ପୋଲିସ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ଥାନାରେ ଅଭିଯୋଗ ପରେ ସଙ୍ଗେ ସଙ୍ଗେ ଆକ୍ସନମୋଡକୁ ଆସିଥିଲା ପୋଲିସ । ନିଜେ ମୁଖ୍ୟମନ୍ତ୍ରୀ ଓ ସିଏମଓ ଅଫିସ ମଧ୍ୟ ଘଟଣାକୁ ବେଶ ଗୁରୁତର ସହ ନେଇଥିଲେ ।ଏବେ ବି ପିହୁ ଭଳି ଅନେକ ପିଲାଙ୍କର ମିଳୁନି ପତ୍ତା । ସେହିପରି ପରୀ ନିଖୋଜ ହେବାର କିଛି ଦିନ ପରେ ତାର ମୃତଦେହ ଠାବ ହୋଇଥିଲା ।
ସେତେବେଳେ ତତ୍ପରତା ପ୍ରକାଶ କରୁନଥିଲା ପୋଲିସ । ଏପରିକି ଏଫଆଇଆର ମଧ୍ୟ ରଖୁନଥିଲା ପୋଲିସ । ୨୦୨୦-୨୪ ମଧ୍ୟରେ ଶିଶୁ ନିଖୋଜର ବିଧାନସଭା ତଥ୍ୟ କହୁଛି ୪ ବର୍ଷରେ ୮ହଜାର ୪୦୩ ଜଣ ଶିଶୁ ନିଖୋଜ ହୋଇଛନ୍ତି । ୪ ବର୍ଷରେ ମାତ୍ର ୧୮ ଶହ ୫୭ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ୬ ହଜାର ୫୦୦ରୁ ଅଧିକ ଶିଶୁଙ୍କର ମିଳୁନି ପତ୍ତା । ୬ ହଜାର ୫୦୦ ଶିଶୁ ଏବେ ବି ନିଖୋଜ । ଏବେ ବିଜେପି ସରକାର କ୍ଷମତାକୁ ଆସିବା ପରେ ତତ୍ପର ହୋଇଛି ପୋଲିସ । ଦିନ ରାତି ଏକ କରି ଶିଶୁପୁତ୍ରରୁ ଖୋଜି ପାଇଛି ପୋଲିସ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories