Pitabas Murder mystery / କଣ ହୋଇଥାଇପାରେ ପୀତବାସ ହତ୍ୟା ଘଟଣାରେ ମୂଳ କାରଣ ?

Key Points
ହଟିପାରୁନି ପରଦା
କଣ ହୋଇଥାଇପାରେ ପୀତବାସ ହତ୍ୟା ଘଟଣାରେ ମୂଳ କାରଣ
ତଦନ୍ତ କରୁଛି ପୋଲିସ
ହଟିପାରୁନି ପରଦା। କଣ ହୋଇଥାଇପାରେ ପୀତବାସ ହତ୍ୟା ଘଟଣାରେ ମୂଳ କାରଣ। ତଦନ୍ତ ପରିସରରେ ନୂଆ ଦିଗ, ରାଜନୈତିକ, ବ୍ୟକ୍ତିଗତ, ବୃତ୍ତିଗତ ନା କିଛି ବ୍ୟବସାୟିକ ଅଥବା ସୁଧକାରବାର। ସବୁ ଦିଗକୁ ଘାଣ୍ଟୁଛି ପୋଲିସ। କମ୍ ଦିନରେ ସୁପାରୀକିଲର ନିକଟରେ ପହଁଚିବାକୁ ପୋଲିସର ଉଦ୍ୟମ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାକୁ ଆଜି 10ଦିନ ପୁରିଛି। ଏହି ହତ୍ୟାଘଟଣାର ହତ୍ୟାକାରୀଙ୍କୁ ଚିହ୍ନଟ କରିବା ପାଇଁ ବ୍ରହ୍ମପୁର ପୁଲିସ ଏବେ ଜେଲ ମୁଁହା ହୋଇଥିବା ସୂଚନା।ଏକାଧିକ ଜେଲରେ ଅପରାଧୀଙ୍କ କୁଣ୍ଡଳୀ ଯାଞ୍ଚ କରୁଛି ବ୍ରହ୍ମପୁର ପୁଲିସ ।
ପୀତବାସଙ୍କୁ ଯେଉଁ ଦୁଇ ଜଣ ସୁପାରୀ କିଲର ଗୁଳି କରି ହତ୍ୟା କରିଛନ୍ତି ସେମାନେ ପୂର୍ବରୁ ମଧ୍ୟ ଏକାଧିକ ମାମଲାରେ ଜଡ଼ିତ ଥିବା ପୁଲିସ ସନ୍ଦେହ କରିଥିବା ଜଣା ପଡିଛି। ସେହିକ୍ରମରେ ବ୍ରହ୍ମପୁର ପୁଲିସ ଏବେ ସଂପୃକ୍ତ ଅଭିଯୁକ୍ତ ଙ୍କ ବିଭିନ୍ନ ତଥ୍ୟ ପାଇବା ପାଇଁ ଜେଲରେ ଥିବା ଅପରାଧୀଙ୍କ କୁଣ୍ଡଳୀ ଯାଞ୍ଚ କରୁଥିବା ସୂଚନା।
ଆଇନଜୀବି ପୀତବାସ ପଣ୍ଡାଙ୍କ ହତ୍ୟା ଥିଲା ଏକ ସୁଚିନ୍ତିତ । ଯୋଜନା ବଦ୍ଧ ହତ୍ୟାକାଣ୍ଡ । ଏଥିପାଇଁ ଢେର ଦିନ ଧରି ରେକି କରିଥିଲେ ସୁପାରୀ କିଲର। ଯୋଜନା ଅନୁସାରେ ଖୋଜୁଥିଲେ ମଉକା। ହେଲେ କିଏ ହତ୍ୟାକାରୀ ଓ ପୀତବାସଙ୍କ ସହ କଣ ଥିଲା ତାର ଶତ୍ରୁତା ତାର ଖୁଲାସା ପାଇଁ ଦିନ ରାତି ଏକ କରିଛି ବ୍ରହ୍ମପୁର ପୋଲିସ। ରାଜ୍ୟ ଭିତରେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିଛି ତଦନ୍ତକାରୀ ଟିମ। ରାଜ୍ୟ ବାହାରେ ମଧ୍ୟ କରିଛି ଛାନଭିନ୍। ଏହା ଭିତରେ ପୀତବାସଙ୍କ ସାନ ଭାଇ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରି ତୁରନ୍ତ ହତ୍ୟାକାରୀଙ୍କୁ ଧରିବାକୁ କରିଛନ୍ତି ଅନୁରୋଧ।
📱 Get Argus News App
✨ଏଥିସହ ପଢ଼ନ୍ତୁ: ଚିର ନିଦ୍ରାରେ ମହାଭାରତର ’କର୍ଣ୍ଣ’ ପଙ୍କଜ ଧୀର
ଗତ ଦୁଇଦିନ ଭିତରେ ପୋଲିସ ପାରାଦ୍ୱୀପ,ଚୌଦ୍ୱାର ଓ ଫୁଲବାଣୀ, ପୁରୀରେ ତଦନ୍ତ କରିଥିବା ସୁଚନା ମିଳିଛି । କିଛି ତଥ୍ୟ ଓଗାଳିବାକୁ ପାନ ଦୋକାନକୁ କରିଛି ଜେରା । ପୀତବାସଙ୍କ ସଂପର୍କରେ ରହୁଥିବା ବ୍ୟକ୍ତିବିଶେଷଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କଠାରୁ ତଥ୍ୟ ହାସଲ ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ । ତଦନ୍ତରୁ ଦିନକୁ ଦିନ ମିଳୁଛି ନୂଆ ନୂଆ ତଥ୍ୟ । ବୃତ୍ତିଗତ , ବ୍ୟକ୍ତିଗତ ନା ରାଜନୈତିକ କାରଣରୁ ପୀତବାସଙ୍କୁ ହତ୍ୟା କରାଗଲା ତାର କାରଣ ଖୋଜୁଛି ପୋଲିସ । ପୀତବାସଙ୍କ ସହଯୋଗୀ ଏହା ଭିତରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । ଜିଲ୍ଲା ଏବଂ ଜିଲ୍ଲା ବାହାରୁ କିଛି ସାଇବର ଏକ୍ସପର୍ଟଙ୍କ ସହଯୋଗ ନେଉଛି ପୋଲିସ । ତଦନ୍ତର ଗତିକୁ ନେଇ ଏବେ ଯଦିଓ ପୋଲିସ ମୁହଁ ଖୋଲୁନି ତେବେ ସୁଚନା ମିଳିଛି ସୁପାରି କିଲରର ନିକଟତର ହୋଇଛି ପୋଲିସ ।
Related Topics
Explore more stories