Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Pitabas Murder / ପୁରୁଣା ଦାଗୀଙ୍କ ଫାଇଲ ଖୋଲୁଛି ଗଞ୍ଜାମ ପୋଲିସ !

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ପୁରୁଣା ଦାଗୀଙ୍କ ଫାଇଲ ଖୋଲୁଛି ଗଞ୍ଜାମ ପୋଲିସ !

Key Points

ପୀତବାସ ମର୍ଡର ମିଷ୍ଟ୍ରି, ୬ଦିନ ପରେ ବି ସସପେନ୍ସ ଜାରି ।
ସୁରାକ ପରେ କିଛି ସୁପାରି କିଲରଙ୍କ ପୁରୁଣା ଫାଇଲ୍ ଓଲଟାଇଲା ପୋଲିସ ।

୫୦ ଜଣଙ୍କୁ ପଚରା ଉଚରା ଓ ୬୦ ସିସିଟିଭି ଯାଞ୍ଚ ପରେ ପୋଲିସ ହାତରେ ଲାଗିଥିବା ସୁରାକୁ ନେଇ ବଢୁଛି ପୀତବାସ ହତ୍ୟା ତଦନ୍ତ । ତେବେ ୬ ଦିନ ପରେ ବି ଅପରାଧୀ କିଏ ସ୍ପଷ୍ଟ କରିନି ପୋଲିସ । କେଉଁ କାରଣରୁ ପୀତବାସଙ୍କୁ କିଏ ମାରିଲା ଗୁଳି, ତା ଉପରୁ ହଟିନି ପରଦା । ଏହା ଭିତରେ କିଛି ପେସାଦାର ସୁପାରି କିଲରଙ୍କ ପୁରଣା ଫାଇଲ ଓଲଟାଇଛି ପୋଲିସ ।

ସୁଚନା ଅନୁସାରେ ପେସାଦାର ଅପରାଧି ଏହି ହତ୍ୟାକାଣ୍ଡରେ ସାମିଲ ଥିବାରୁ ଗଞ୍ଜାମର କିଛି ସୁପାରି କିଲରଙ୍କ କୁଣ୍ଡଳୀକୁ ଘାଣ୍ଟୁଛି ପୋଲିସ । ବିଗତ ୨୫ ବର୍ଷ ଭିତରେ ହୋଇଥିବା ହାଇପ୍ରୋଫାଇଲ ମର୍ଡରର ଫାଇଲକୁ ତନ୍ନ ତନ୍ନ କରି ଯାଞ୍ଚକରୁଛି ପୋଲିସ । କେଉଁ ପେସାଦର ଅପରାଧୀ ଜେଲରେ ଅଛନ୍ତି, କିଏ ବାହାରେ ବୁଲିଛି, କାହା ପାଖରେ କଣ ମାରଣାସ୍ତ୍ର ଅଛି ତାର ବି ତାଲିକା କରୁଛି ପୋଲିସ ।


ଏହା ସହ ପଢ଼ନ୍ତୁ:- ୪ ଦିନ ବର୍ଷିବ ! ତାପରେ ଶୀତ ଆସିବ...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ଭିତରେ ପୀତାବାସଙ୍କ ଜଣେ ସହଯୋଗୀ କରିଛନ୍ତି ଆଉ ଏକ ଖୁଲାସା । ୭-୮ ବର୍ଷ ତଳେ ପୀତବାସଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଖବର ଅଛି ବୋଲି କହିଛନ୍ତି ତାଙ୍କ ସହଯୋଗୀ ଆଇନଜୀବୀ ଅସିତ ଶତପଥୀ । ଅସିତ ଏକଥା ବି କହିଛନ୍ତି ମଝିରେ ମଝିରେ ତାଙ୍କୁ ଧମକ ପୂର୍ଣ କଲ ଆସୁଥିଲା ବୋଲି ସେ ଶୁଣିଛନ୍ତି । ତେବେ କିଏ ଓ କାହିଁକି ଧମକ ଦେଉଥିଲା ପୋଲିସ ତାର ମୁଳ ପର୍ଯ୍ୟନ୍ତ ଗଲେ ହତ୍ୟାର କାରଣ ଜଣାପଡ଼ିବ ବୋଲି କହିଛନ୍ତି ତାଙ୍କ ସହଯୋଗୀ ।


ଏହା ସହ ପଢ଼ନ୍ତୁ:- ବାଇକରେ ଯାଉଥିବା ବେଳେ ଟାର୍ଗେଟ କରି ଦଳିଦେଲା ହାତୀ

ଏହା ଭିତରେ ପୀତବାସଙ୍କ ପୋଷ୍ଟମଷ୍ଟମ ରିପୋର୍ଟ ବି ପୋଲିସର ହସ୍ତଗତ ହୋଇଛି । ରିପୋର୍ଟ ରେ ପ୍ରଚୁର ରକ୍ତ ସ୍ରାବ ଯୋଗୁ ପୀତବାସଙ୍କର ମୃତ୍ୟ ହୋଇଥିବା କୁହାଯାଇଛି । ଘଟଣା ୬ ଦିନ ଭିତରେ ପୋଲିସ ସନ୍ଦେହରେ ଥିବା କିଛି ଅପରାଧୀଙ୍କୁ ଜେରା କରିଥିବା ବେଳେ କିଛି ଲୋକଙ୍କୁ ଏବେ ବି ଅଟକ ରଖି ପଚରା ଉଚରା କରୁଛି ।

Related Topics

Explore more stories

Sponsored
Pitabas Murder | Pitabas Panda Murder Case: Nearly 50 Persons Questioned | Argus News