Pitabas Murder Case / ଆଜି ଆସିବ ବିକ୍ରମଙ୍କୁ ସର୍ତ୍ତମୂଳକ ଖଲାସ ଆବେଦନର ରାୟ
·10 months ago·2 min read

Key Points
ପୀତବାସ ହତ୍ୟାକାଣ୍ଡ ମାମଲା
ଆଜି ଆସିବ ବିକ୍ରମଙ୍କୁ ସର୍ତ୍ତମୂଳକ ଖଲାସ ଆବେଦନର ରାୟ
ଗିରଫ ହୋଇ ବ୍ରହ୍ମପୁର ଜେଲରେ ଅଛନ୍ତି ବିକ୍ରମ କୁମାର ପଣ୍ଡା

ପୀତବାସ ହତ୍ୟାକାଣ୍ଡ ମାମଲା। ଆଜି ପ୍ରକାଶ ପାଇବ ବିକ୍ରମଙ୍କୁ ସର୍ତ୍ତମୂଳକ ଖଲାସ ଆବେଦନର ରାୟ। ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହୁଥିବା ବିକ୍ରମ କୁମାର ପଣ୍ଡାଙ୍କୁ ସର୍ତ୍ତମୂଳକ ଖଲାସ ଆବେଦନ ପିଟିସନର ଶୁଣାଣି ହୋଇଥିବା ବେଳେ ଆଜି ରାୟ ପ୍ରକାଶ ପାଇପାରେ। ସେପଟେ ବିକ୍ରମଙ୍କୁ ଭେଟିବାକୁ ଆଇନଜୀବୀଙ୍କୁ ଛଡ଼ାଯାଉନଥିବା ଅଭିଯୋଗ ହୋଇଥିଲା। କୋର୍ଟ ଜେଲ ମାନୁଆଲ ଅନୁଯାୟୀ ବିକ୍ରମକୁ ଦେଖା କରିବାକୁ ଅନୁମତି ଦେଇଥିଲେ । କିନ୍ତୁ ଏହାପରେ ମଧ୍ୟ ଆଇନଜୀବୀଙ୍କୁ ଦେଖା କରିବାକୁ ଅନୁମତି ମିଳିନଥିଲା। ତେଣୁ ପୁଣି ଏକ ପିଟିସନ କୋର୍ଟରେ ଦାଖଲ କରିଥିଲେ ବିକ୍ରମଙ୍କ ଆଇନଜୀବୀ । ସେହି ପିଟିସନର ଶୁଣାଣି ହୋଇଛି। ଆଜି ରାୟ ମଧ୍ୟ ପ୍ରକାଶ ପାଇପାରେ।
ଏଥିସହ ପଢ଼ନ୍ତୁ: ପୀତବାସ ପଣ୍ଡା ହତ୍ୟା ମାମଲା: FSL ଟେଷ୍ଟ ପାଇଁ ଗଲା ଜବତ ବନ୍ଧୁକ
ଗତ କିଛି ଦିନ ହେବ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ତନାଘନା ଜାରି ରହିଛି । FSL ଟେଷ୍ଟ ପାଇଁ ଯାଇଥିଲା ଜବତ ବନ୍ଧୁକ । ବନ୍ଧୁକର ତଥ୍ୟକୁ SDJM କୋର୍ଟରେ ଦାଖଲ କରିଥିଲା ପୋଲିସ । ହତ୍ୟାକାରୀଙ୍କ ବନ୍ଧୁକରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଆଶା ରଖିଛି ପୋଲିସ ।ଏହା ପୂର୍ବରୁ ଜେଲରେ ଥିବା ବିଜେଡି ନେତା ବିକ୍ରମ ପଣ୍ଡା ଏବଂ କର୍ପୋରେଟର ମଳୟ ବିଶୋଇଙ୍କୁ ଘର ଖାଦ୍ୟ ଯୋଗାଇବା ପାଇଁ ଅଦାଲତରେ ଆବେଦନ କରିଥିଲେ । ପରେ ଏସଡିଜେଏମ୍ ଏହାର ଶୁଣାଣି କରି ବିକ୍ରମ ଓ ମଳୟଙ୍କୁ ଜେଲ ଭିତରେ ଆବଶ୍ୟକସ୍ଥଳେ ଘର ରନ୍ଧା ଖାଦ୍ୟ ଯୋଗାଇଦେବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପରେ ବାହାରର କୌଣସି ଖାଦ୍ୟ ଯୋଗାଣର ଆବଶ୍ୟକତା ନଥିବା ଜେଲ କର୍ତ୍ତୃପକ୍ଷ କୋର୍ଟକୁ ଜଣାଇଛନ୍ତି । ଆଜିର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି।
ଏହା ମଧ୍ୟ ପଢ଼ନ୍ତୁ: ଜେଲ୍ରେ ବିକ୍ରମ ଓ ପିଣ୍ଟୁ, ଅଜଣା ନମ୍ବରରୁ ପୀତବାସଙ୍କ ପରିବାରକୁ କିଏ ଦେଉଛି ଧମକ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟାରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇକ୍ରେ ଆସି ଅତି ପାଖରୁ ଗୁଳି କରିଥିଲେ କୁରୁପତି ଓ ଚିଣ୍ଟୁ । ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳରେ ଗୁଳି କରି ଫେରାର୍ ହୋଇ ଯାଇଥିଲେ ଉଭୟ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories