Pitabash Panda Murder Case / ପୀତବାସ ପଣ୍ଡା ହତ୍ୟା: ୪ ଅଭିଯୁକ୍ତଙ୍କୁ ପୁଣି ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ
·7 months ago·2 min read

Key Points
ପୀତବାସ ପଣ୍ଡା ହତ୍ୟା ମାମଲା । ୪ ଅଭିଯୁକ୍ତଙ୍କୁ ପୁଣି ୨ ଦିନଆ ରିମାଣ୍ଡରେ ନେଲା ପୋଲିସ । ଅଧିକ ତଥ୍ୟ ହାସଲ ପାଇଁ ମୁହାଁମୁହିଁ ଜେରା ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ୪ ଅଭିଯୁକ୍ତଙ୍କୁ ପୁଣି ୨ ଦିନଆ ରିମାଣ୍ଡରେ ନେଲା ପୋଲିସ । ଉମା ବିଷୋୟୀ, ଯୋଗୀ ରାଉତ, ଚିଣ୍ଟୁ ପ୍ରଧାନ ଓ କୁରୁପତି ଭୂୟାଁଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଥିବା ସୂଚନା ମିଳିଛି । ରିମାଣ୍ଡରେ ଆଣି ପୋଲିସ୍ ମୁହାଁମୁହିଁ ଜେରା କରିବ । ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବାକୁ ଏସଡିଜେଏମଙ୍କ କୋର୍ଟରେ ଆବେଦନ କରିଥିଲା ପୋଲିସ । ଆବେଦନ ମଞ୍ଜୁର ପରେ ୪ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ।
ସେହିଭଳି ଏହି ମାମଲାରେ ଗିରଫ ହୋଇଥିବା ଆଇନଜୀବୀ ମଦନ ଦଳେଇଙ୍କ ସର୍ତ୍ତମୂଳକ ଭାବେ ଖଲାସ କରିବାକୁ କରିଥିବା ଆବେଦନର ଶୁଣାଣି କରି ଆବେଦନକୁ କୋର୍ଟ ଖାରଜ କରିଥିବା ଜଣାପଡ଼ିଛି । ଘଟଣାରେ ପୋଲିସ ପୂର୍ବରୁ ଦୁଇଥର ଡ଼ାକି ପଚରାଉଚରା କରି ଛାଡିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୁଣି ଥାନାକୁ ଡ଼ାକି ପଚରାଉଚରା କରି ଛାଡ଼ିଥିବା ସୂଚନା ମିଳିଛି I ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତରେ ବୈଦନାଥପୁର ଥାନରେ ପୃଥକ ପୃଥକ ପରେ ମୁହାଁମୁହିଁ ଜେରା କରାଯାଇଛି ।
ସେପଟେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ FSL ଟେଷ୍ଟ ପାଇଁ ଗଲା ଜବତ ବନ୍ଧୁକ । ବନ୍ଧୁକର ତଥ୍ୟକୁ SDJM କୋର୍ଟରେ ଦାଖଲ କରିଥିଲା ପୋଲିସ । ହତ୍ୟାକାରୀଙ୍କ ବନ୍ଧୁକରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ।
ସୂଚନା ଅନୁସାରେ, ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ଘଟଣାରେ ପୋଲିସ ପର୍ଯ୍ୟାୟକ୍ରମେ ୧୬ ଜଣଙ୍କୁ ଗିରଫ କରି ଦୁଇଟି ବନ୍ଧୁକ ଜବତ କରିଥିଲା I ଜବତ ବନ୍ଧୁକର ତଥ୍ୟକୁ ପୋଲିସ ଗତ ସପ୍ତାହରେ ସ୍ଥାନୀୟ ଏସଡିଜେଏମ୍ଙ୍କ କୋର୍ଟରେ ଦାଖଲ କରିଛି । ଏଥିସହ ବାଲାଷ୍ଟିକ୍ ଟେଷ୍ଟ ପାଇଁ ବନ୍ଧୁକକୁ ଭୁବନେଶ୍ଵର ଏସ୍ଏଫ୍ଏସ୍ଏଲକୁ ପଠାଯାଇଛି । ଜବତ ବନ୍ଧୁକ, ଉଦ୍ଧାର ହୋଇଥିବା ଖୋକା ଏବଂ ପୋଷ୍ଟମୋର୍ଟମ୍ ସମୟରେ ପୀତବାସଙ୍କ ଶରୀରରୁ ଉଦ୍ଧାର ହୋଇଥିବା ଗୁଳିକୁ ବାଲାଷ୍ଟିକ ଏକ୍ସପର୍ଟଙ୍କ ନିକଟକୁ ପଠାଯାଇଛି । ପୂର୍ବରୁ ଜବତ ବନ୍ଧୁକ ଦୁଇଟି ୯ ଏମ୍ ଏମ୍ ବୋଲି ସ୍ପଷ୍ଟ ହୋଇଥିବାରୁ ପୀତବାସଙ୍କୁ ଏହି ପିସ୍ତଲରୁ ହିଁ ଗୁଳି କରାଯାଇଥିବା ପୋଲିସ ଦାବି କରିଛି ।
ସୂଚନା ଅନୁସାରେ, କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟାରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇକ୍ରେ ଆସି ଅତି ପାଖରୁ ଗୁଳି କରିଥିଲେ କୁରୁପତି ଓ ଚିଣ୍ଟୁ । ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳରେ ଗୁଳି କରି ଫେରାର୍ ହୋଇ ଯାଇଥିଲେ ଉଭୟ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories