Videos
|
Odisha

ଖଣି ମାଫିଆଙ୍କୁ ବାନ୍ଧିବାକୁ ତିଆରି ହେଉଛି ଯୋଜନା

Ritu Das
Browse all articles by Ritu Das
·2 years ago·1 min read
ଖଣି ମାଫିଆଙ୍କୁ ବାନ୍ଧିବାକୁ ତିଆରି ହେଉଛି ଯୋଜନା

ଅର୍ଗସ ବ୍ୟୁରୋ:  ମଇଦାନରେ ଆକ୍ରମଣାତ୍ମକ ବିଜେପି ସରକାର। ଟାର୍ଗେଟରେ ଓଡ଼ିଶାର ଖଣି ଲୁଟେରା। ସ୍ବର୍ଣ୍ଣଗର୍ଭା ରାଜ୍ୟର ଅମୂଲ୍ୟ ଖଣିଜକୁ ଲୁଟି ମାଲାମାଲ୍ ହୋଇଛନ୍ତି ବିଜେଡିର ମାଳ ମାଳ ନେତା ଓ ବିଜେଡି ସରକାରରେ ଗାଦି ମାଡ଼ି ବସିଥିବା ଅଫିସର। ଏବେ ସରିଯାଇଛି ଖଣି ମାଫିଆଙ୍କ ଦିନ। ସେମାନଙ୍କ ଗିରଫଦାରୀ ପାଇଁ ଆରମ୍ଭ ହୋଇଗଲାଣି ଓଲଟା ଗଣତି। ମାଫିଆଙ୍କୁ ବାନ୍ଧିବାକୁ ତିଆରି ହେଉଛି ଯୋଜନା। ଖଣି ମନ୍ତ୍ରୀ କହିଛନ୍ତି ଖୁବ୍ ଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ। 
ଗତ ସପ୍ତାହରେ  ନିଜ ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇଥିବାବେଳେ ଖଣି ଲୁଟେରାଙ୍କ ଉପରେ ଆକ୍ରମଣାତ୍ମକ ହୋଇଥିଲେ ପିପୁଲ୍ସ ସିଏମ ମୋହନ ମାଝୀ। କହିଥିଲେ ଆଉ ଚାଲିବନି ଶୋଷଣ ଓ ଲୁଟ୍। ଜେଲ୍ ଯିବେ ଖଣି ଲୁଟେରା ଅଣଓଡ଼ିଆ। 

ଖଣି, ପାଣି, ଉର୍ବର ଜମି ଓ ଜଙ୍ଗଲ। ସବୁ ସମ୍ପଦରେ ଭରପୁର ଓଡ଼ିଶା। ଏତେ ସମୃଦ୍ଧ ପ୍ରଦେଶ। ତଥାପି କାହିଁକି ଗରିବ ଓଡ଼ିଆ ? ଓଡ଼ିଶାକୁ କିଏ କରୁଛି ନଷ୍ଟ ? ଓଡ଼ିଆ ଯୁବକଙ୍କ ସ୍ବପ୍ନକୁ କିଏ କରୁଛି ଧୂଳିସାତ ? ନିର୍ବାଚନ ପ୍ରଚାର ବେଳେ  ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କର ଦୁରବସ୍ଥା ପାଇଁ ବିଜୁ ଜନତା ଦଳ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ ଭ୍ରଷ୍ଟାଚାରୀଙ୍କ କବଜାରେ ବିଜେଡି ସରକାର। ନବୀନ ପଟ୍ଟନାୟକଙ୍କ ତୃତୀୟ ମହଲା କାର୍ଯ୍ୟାଳୟ ଓ ନବୀନ ନିବାସ ଉଭୟକୁ କବଜା କରି ରଖିଛନ୍ତି ମୁଷ୍ଟିମେୟ ଭ୍ରଷ୍ଟାଚାରୀ।

ପାଣ୍ଡିଆନଙ୍କ ସହ ବିଜେଡି ଶାସନର ସବୁ ଶ୍ରେୟ ମୁଣ୍ଡାଇଥିଲା 5ଟି । କୁହାଯାଏ ପ୍ରକୃତ 5ଟି ହେଉଛନ୍ତି 5 ଜଣ ତାମିଲ।  ସେମାନେ ହେଲେ ପାଣ୍ଡିଆନ୍, ମାଥି ଭାଥନନ, ପ୍ରଭାକରନ୍, ଭିନିଲକ୍ରିଷ୍ଣା ଓ ବାଲକ୍ରିଷ୍ଣନ୍। ଏହି 5 ତାମିଲ ପାଲଟିଥିଲେ ଓଡ଼ିଶା ପାୱାର କରିଡରର ସର୍ବଶକ୍ତିମାନ। ପରୋକ୍ଷରେ 5ଟି ମାଫିଆଙ୍କୁ ଟାର୍ଗେଟ୍ କରିବା ସହ ମୋଦି କହିଥିଲେ ଓଡ଼ିଶାରେ ବିଜେପି ସରକାର ଭାଙ୍ଗି ଦିଆଯିବ ଓଡ଼ିଶାର ସବୁ ଉପରେ କବଜା କରିଥିବା ମାଫିଆର ଅଣ୍ଟା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Plans are being | Argus News