Videos
|
Odisha

ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା ପ୍ରସ୍ତୁତି ପାଇଁ ଆରମ୍ଭ ହେଲା ଯୋଜନା

Manini Pattanayak
Browse all articles by Manini Pattanayak
·1 year ago·1 min read
ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା ପ୍ରସ୍ତୁତି ପାଇଁ ଆରମ୍ଭ ହେଲା ଯୋଜନା

କଟକ:  ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା ପ୍ରସ୍ତୁତି ପାଇଁ ଆରମ୍ଭ ହେଲା ଯୋଜନା। ନଭେମ୍ବର 15 ରୁ 22 ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜନ ହେବ। ବାତ୍ୟା ପାଇଁ ବନ୍ଦ ରହିଥିବା ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। ଯଦି ବାଲିଯାତ୍ରା ସମୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳେ ତେବେ ସେନେଇ ବ୍ୟବସାୟୀଙ୍କୁ ଅବଗତ କରାଯିବ। ତେବେ ବାଲିଯାତ୍ରାକୁ  କିପରି ସରସ ସୁନ୍ଦର କରାଯିବ ସେନେଇ ସମସ୍ତ ଯୋଜନା ଏକ ପ୍ରକାର ଶେଷ ହୋଇଛି । 


ନଭେମ୍ବର 10 ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ତେବେ ଆଜି ଓ ଆସନ୍ତାକାଲି ଖୋଲା ରହିବ ବାଲିଯାତ୍ରା ପ୍ଲଟ ପଞ୍ଜିକରଣ । ସୂଚନା ଯୋଗ୍ୟ ଶୁକ୍ରବାର ସୁଦ୍ଧା ବାଲିଯାତ୍ରାରେ ମୋଟ ୧୧୮୦ ପ୍ଲଟ ମଧ୍ୟରୁ ଆଜି ସୁଦ୍ଧା ୯୦୮ ପ୍ଲଟ ପଞ୍ଜିକରଣ କରାଯାଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Plans begin to prepare for the world famous Baliyatra | Argus News