Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଶ୍ଚିମ ଓଡିଶାରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଯୋଜନା

Rashmita Mishra
Browse all articles by Rashmita Mishra
·1 year ago·1 min read
ପଶ୍ଚିମ ଓଡିଶାରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଯୋଜନା

ଅର୍ଗସ ବ୍ୟୁରୋ: ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ସହ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ପାଇଁ ଆଉ ଏକ ଏମସ  ପ୍ରତିଷ୍ଠା ପାଇଁ ଯୋଜନା ହେଉଛି । ସମ୍ବଲପୁରରେ ଏହି ନୂଆ ଏମସ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏଥିପାଇଁ କେନ୍ଦ୍ର ସରକାରଙ୍କ ସହ ଖୁବଶୀଘ୍ର ଆଲୋଚନା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଲୋକଙ୍କୁ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ । ଡବଲ ଇଞ୍ଜିନ ସରକାରରେ ଓଡିଶାରେ ଦ୍ବିତୀୟ ଏମ୍ସ ସମ୍ଭବ ହେବାକୁ ଯୋଜନା କରାଯାଉଛି ।  

 ଭୁବନେଶ୍ବରରେ ଯେତେବେଳେ ଏମ୍ସ ପ୍ରତିଷ୍ଠା ହୋଇଥିଲା ସେତେବେଳେ କେନ୍ଦ୍ର ନିକଟରେ କୌଣସି ପ୍ରକାର ଦାବି ରଖାଯାଇନଥିଲା । ସ୍ବର୍ଗତ ଅଟଳ ବିହାର ବାଜପେୟୀଙ୍କ ପ୍ରଧାନମନ୍ତ୍ରୀ କାଳରେ ଓଡିଶାରେ ପ୍ରତିଷ୍ଠା ହୋଇଥିଲା ଏମ୍ସ । ଦିଲ୍ଲୀ ବାହାରେ ଏମ୍ସ କହିଲେ ଭୁବନେଶ୍ବରକୁ ବୁଝାଉଥିଲା । ଏବେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଯୋଜନା । ପୂର୍ବରୁ ନିର୍ଵାଚନ ପ୍ରଚାର ସମୟରେ ମଧ୍ୟ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ରାଜ୍ୟରେ ବିଜେପି ସରକାର ଆସିଲେ ଓଡିଶାର ଦ୍ବିତୀୟ ଏମ୍ସ ସମ୍ବଲପୁରରେ ଖୋଲିବ ।

ପଶ୍ଚିମ ଓଡିଶାରେ ଏହି ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଯୋଜନା କରାଯାଉଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିବା ପରେ ପଶ୍ଚିମ ଓଡିଶାବାସୀ ଖୁସି ଜାହିର କରିଛନ୍ତି । ଏବେ ଅପେକ୍ଷା ସମ୍ବଲପୁରରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ କେବେ ଆଲୋଚନା କରୁଛନ୍ତି ରାଜ୍ୟ ସରକାର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Plans for establishment of second AIIMS in West Odisha | Argus News