Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋପାଳପୁର ଓ ପାରାଦୀପରେ ଗ୍ରୀନ ହାଇଡ୍ରୋଜେନ୍ ଉତ୍ପାଦନ ପାଇଁ ଯୋଜନା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗୋପାଳପୁର ଓ ପାରାଦୀପରେ ଗ୍ରୀନ ହାଇଡ୍ରୋଜେନ୍ ଉତ୍ପାଦନ ପାଇଁ ଯୋଜନା

ଅର୍ଗସ ବ୍ୟୁରୋ:  ଗୋପାଳପୁର ଓ ପାରାଦୀପରେ ଗ୍ରୀନ ହାଇଡ୍ରୋଜେନ୍ ଉତ୍ପାଦନ ପାଇଁ ଯୋଜନା। ରାଜ୍ୟରେ ହୋଇଥିବା ଦୁଇ ଦିନିଆ ଚିନ୍ତନ ଶିବିରରେ ଓଡିଶାକୁ ଅକ୍ଷୟ ଶକ୍ତିର ହବ୍ କରିବା ପାଇଁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଖସଡ଼ା । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ଓଡ଼ିଶାରେ ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ସହ ରହିଛି ସୌରଶକ୍ତିର ଅସରନ୍ତି ଭଣ୍ଡାର। ଯାହା ଗ୍ରୀନ୍ ହାଇଡ୍ରୋ ଏନର୍ଜି ପାଇଁ ବଡ଼ ସୁଯୋଗ ସୃଷ୍ଟି କରିବ। ଗ୍ରୀନ୍ ଏନର୍ଜି ଉତ୍ପାଦନରେ ତାମିଲନାଡୁ ଓ ଗୁଜରାଟ ପରେ ଓଡ଼ିଶା ତୃତୀୟ ରାଜ୍ୟ ହୋଇପାରିବ। ସେହିପରି ରାଜ୍ୟରେ ଫ୍ଲୋଟିଂ ଏନର୍ଜି ଉତ୍ପାଦନ ପାଇଁ ତିଆରି ହୋଇଛି ସ୍ବତନ୍ତ୍ର ରୋଡ଼ ମ୍ୟାପ୍।

ହୀରାକୁଦ ସହିତ ଅନ୍ୟ ବଡ଼ ଜଳ ଭଣ୍ଡାର ଉପରେ ସୋଲାର ପ୍ୟାନେଲ ଲଗାଇ ବିତ୍ୟୁତ୍ ଉତ୍ପାଦନ ପାଇଁ ଯୋଜନା କରାଯାଇଛି। ସେହିପରି କୋଣାର୍କ ମନ୍ଦିର ସମ୍ପୂର୍ଣ୍ଣ ସୋଲାର ସିଷ୍ଟମ୍ ରେ ପରିଚାଳିତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଗାମୀ 6 ବର୍ଷରେ ଅର୍ଥାତ ୨୦୩୦ ସୁଦ୍ଧା ୫୦୦ ଗୀଗା ୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଆଗାମୀ ୬ ବର୍ଷରେ ୪୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରାଯାଇଛି । ଏ ସବୁ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ  ସ୍ବତନ୍ତ୍ର ଟାସ୍କ ଫୋର୍ସ ପ୍ରସ୍ତୁତ ହେବ। ଶକ୍ତି, ଅକ୍ଷୟ ଶକ୍ତି ମନ୍ତ୍ରାଳୟ ଓ ଶିଳ୍ପ ମନ୍ତ୍ରାଳୟର ଅଧିକାରୀ ଏଥିରେ ସାମିଲ ହେବେ। ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା 52ରୁ 55 ପ୍ରତିଶତ ଯନ୍ତ୍ରାଂଶ ବାହାର ଦେଶରୁ ଆମଦାନୀ ହେଉଥିବା ବେଳେ ଆତ୍ମନିର୍ଭର ଭାରତ ଯୋଜନାରେ ଦେଶରେ କିପରି ଏହା ତିଆରି ହେବ ସେ ଦିଗରେ ଟାସ୍କ ଫୋର୍ସ କାମ କରିବ। ଜମି ଅଧିଗ୍ରହଣ ସହ ଚାଷ ଜମିରେ ଚାଷ ସହ ସୋଲାର ପାନେଲ ଲଗାଇ ଶକ୍ତି ଉତ୍ପାଦନ କରିବା ପ୍ରସ୍ତାବ ଦିଗରେ ଆଲୋଚନା ହୋଇଛି। ପି ଏମ କୁସୁମ ଓ ପିଏମ ସୂର୍ଯ୍ୟଘର ଯୋଜନାରେ ଦେଶରେ କାମ ଅଗ୍ରସର ହେଉଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ୫ଲକ୍ଷ ଘରକୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର୍ ଯୋଜନାରେ ସଂଯୋଗୀକରଣ କାମ ସରିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। 

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Plans for green hydrogen production at Gopalpur and Paradip | Argus News