Videos
|
Odisha

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Arpita Mohanty
Browse all articles by Arpita Mohanty
·2 years ago·1 min read
ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ: ସାରା ରାଜ୍ୟରେ ଅନୁଷ୍ଠିତ ହେଉଛି ମା ପାଇଁ ଗଛ ଟିଏ କାଯ୍ୟକ୍ରମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ପରେ ଏହା ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ମା ପାଇଁ ସର୍ବନିମ୍ନ ଗୋଟିଏ ଗଛ ଲଗାଇବା। ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବା ଲକ୍ଷ୍ୟରେ ଏକାମ୍ର ବିଧାୟକ ବାବୁ ସିଂ , ୬୭ ନଂ ୱାର୍ଡ଼ର ସତ୍ୟ ନାରାୟନ ଯୁବ ପରିଷଦର ୧୦୦ ରୁ ଅଧିକ ଯୁବକ ମାନଙ୍କ ସହିତ ମିଶି ଏକାମ୍ର କଲେଜ ନିକଟରେ ନିଜେ ଗଛ ଲଗାଇବା ସହିତ ଲୋକଙ୍କୁ ଗଛ ଲଗେଇବାକୁ ଆହ୍ୱାନ ଦେଇଛନ୍ତି । ଏହି କ୍ଲବ ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକ୍ରମ ଯଥା ବ୍ଲଡ଼ ଡୋନେସନ କ୍ୟାମ୍ପ ହେଉ କି ହେଲଥ୍ କ୍ୟାମ୍ପ ହେଉ ଏହିସବୁ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି।  ତେବେ ଏହି ଅବସରରେ ବିଧାୟକ ବାବୁ ସିଂ ଓ ସ୍ଥାନୀୟ ଯୁବକ ମାନେ ଏକାଠି ହୋଇ ଗଛ ଲଗାଇବା ସହିତ ଗଛ ସହ ବନ୍ଧୁତା ସ୍ଥାପନ କରିବା ପାଇଁ ଆହ୍ୱାନ ଦେଇଥିଲେ।

ପରିବେଶ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସଂକଳ୍ପ ଖୁବ୍ ପ୍ରଂଶସନୀୟ ଏବଂ ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ସ୍ଥାନୀୟ ଲୋକେ।

ଅଧିକ ପଢନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Plantation program on the call of Prime Minister Modi | Argus News