Videos
|
Odisha

ସ୍କୁଲ ରୋଷେଇ ଘର ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଲେ ରୋଷେୟା

Ritu Das
Browse all articles by Ritu Das
·1 year ago
ସ୍କୁଲ ରୋଷେଇ ଘର ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଲେ ରୋଷେୟା

ଅର୍ଗସ ବ୍ୟୁରୋ: ବାସୁଦେବପୁର ବ୍ଲକ ବିରସ ପଞ୍ଚାୟତର ଗଦେଇବିନ୍ଧା ପ୍ରାଥମିକ ବିଦ୍ୟାଳୟର ରୋଷେଇ ଘର ଛାତରୁ ଖସିଲା ପ୍ଲାଷ୍ଟର। ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଚିକା ମନୋରମା ମାହୁନ୍ତ। ବିଦ୍ୟାଳୟଟି 2009 ମସିହାରେ ନୂତନ ଘର ନିର୍ମାଣ ହେଇଥିଲେ ମଧ୍ୟ ରୋଷେଇ ଘରଟି ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଛି।

ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ସାରି ଘର ଭିତରେ ବାସନ କୁସନ ରଖିବାକୁ ପାଚିକା ଯାଇଥିବାବେଳେ ହଠାତ ଛାତରୁ ଖଣ୍ଡ ଖଣ୍ଡ ହେଇ ପ୍ଲାଷ୍ଟର ଖସିଥିଲା । ଫଳରେ କିଛି ପ୍ଲାଷ୍ଟର ଖଣ୍ଡ ମନୋରମାଙ୍କ ପିଠିରେ ପଡିଥିଲା। ସାମାନ୍ୟ ଆହତ ହେଇଥିବା ମନୋରମା ଅଳ୍ପକେ ବର୍ତ୍ତିଯାଇଥିଲେ । ଖବର ପାଇ ବାସୁଦେବପୁର ବିଡିଓ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Plaster fell off the | Argus News