Videos
|
Odisha

ଛାତରୁ ଖସୁଛି ପ୍ଲାଷ୍ଟର, ଝରୁଛି ବର୍ଷା ପାଣି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଛାତରୁ ଖସୁଛି ପ୍ଲାଷ୍ଟର, ଝରୁଛି ବର୍ଷା ପାଣି

ଅର୍ଗସ ବ୍ୟୁରୋ:  କୋରାପୁଟ ପଟ୍ଟାଙ୍ଗି ବ୍ଲକ ଚନ୍ଦକା ପଞ୍ଚାୟତର କୋରାଡବା ସରକାରୀ ପ୍ରାଥମିକ ବିଦ୍ୟାଳୟ ।  ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ 56 ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ଏହି ବିଦ୍ୟାଳୟରେ ପାଠ ପଢାଇବା ପାଇଁ ଅଛନ୍ତି ମାତ୍ର 2ଜଣ ଶିକ୍ଷକ। ସ୍କୁଲର ଭିତ୍ତିଭୂମି କଥା ସେଭଳି ନ କହିଲେ ଭଲ। ପାଠ ପଢିବା ପାଇଁ କେବଳ ଗୋଟିଏ ମାତ୍ର ଶ୍ରେଣୀ ଗୃହ ରହିଛି, ମାତ୍ର ତାହା ବି ବିପଦ ସଂକୁଳ ଅବସ୍ଥାରେ ପଡିରହିଛି। ମାତ୍ର ପାଠ ପଢିବାକୁ ଆଉ ଅନ୍ୟତ୍ର ସ୍ଥାନ ନଥିବାରୁ ଏଠାରେ ହେଉଛି ପାଠ ପଢା।

ବର୍ଷା ହେଲେ ଶ୍ରେଣୀ ଗୃହର ଛାତରୁ ଝରୁଛି ପାଣି । ଫଳରେ ପାଠ ପଢାରେ ବ୍ୟାଘାତ ଶୃଷ୍ଟି ହେଉଛି।   ଅସରାଏ ବର୍ଷା ହେଲେ ଶ୍ରେଣୀଗୃହ ଭିତରେ ପାଣି ଖେଳୁଛି , ଫଳରେ ଛାତ୍ରଛାତ୍ରୀଙ୍କ ବହିଖାତା ଓଦା ହୋଇ ଯାଉଛି।  ସେଭଳି ସ୍ଥାନ ଅଭାବରୁ ବର୍ଷବର୍ଷ ହେଲା ଖୋଲାମେଲାରେ ଚାଲିଛି ରୋଷେଇ। ଖରା ବର୍ଷା ବାରମାସ ବାରଣ୍ଡାରେ ବସି ପାଠ ପଢିବା ସହିତ ଏଠି ହିଁ ବସି ମଧ୍ୟାନ୍ନ ଭୋଜନ ଖାଆନ୍ତି ଛାତ୍ରଛାତ୍ରୀ l

ପଟ୍ଟାଙ୍ଗି ବ୍ଲକର ଚନ୍ଦକା ପଂଚାୟତ ଅନ୍ତର୍ଗତ କୋରାଡବା ସରକାରୀ  ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହୋଇ ବହୁତ ବର୍ଷ ହୋଇ ସାରିଲାଣି କିନ୍ତୁ ପ୍ରଶାସନର ଇଚ୍ଛାଶକ୍ତିର ଅଭାବ ଯୋଗୁଁ ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ରେ ପାଠ ପଢା ଯାଇ ପାରୁନି।  24 ବର୍ଷ ଧରି ରାଜ୍ୟରେ ଶାସନ ସମୟରେ ବିଜେଡି ସରକାର ଶିକ୍ଷାର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ବିନିଯୋଗ କରି ବିକାଶ ହେଇଛି କହୁଥିବା ବେଳେ ଏହେଉଛି ଗ୍ରାଉଣ୍ଡରେ ବିକାଶର ଅସଲ ଚିତ୍ର।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Plaster is falling from the roof, rain is pouring | Argus News Odia