|
logo
Live

Argus News - ୫ଟି ବିଦ୍ୟାଳୟର ପ୍ଲାଷ୍ଟର ଖସି ୫ ଛାତ୍ରୀ ଆହତ 

Odisha

୫ଟି ବିଦ୍ୟାଳୟର ପ୍ଲାଷ୍ଟର ଖସି ୫ ଛାତ୍ରୀ ଆହତ 

Manini Pattanayak
Browse all articles by Manini Pattanayak
·1 year ago·1 min read
୫ଟି ବିଦ୍ୟାଳୟର ପ୍ଲାଷ୍ଟର ଖସି ୫ ଛାତ୍ରୀ ଆହତ 

ଖୋର୍ଦ୍ଧା: ସରକାର ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏହା ଅନେକ କ୍ଷେତ୍ରରେ ଧର୍ମକୁ ଆଖିଠାର ସଦୃଶ ହୋଇଛି। ‌ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଏହାର ଉକୃଷ୍ଟ ଉଦାହରଣ। ବ୍ଲକର କେତେକ ସ୍କୁଲରେ ନିମ୍ନମାନର କାମ ଯୋଗୁଁ ବିପଦକୁ ବରଣ କରିଛି। ଆଜି ଧଳାପଥର କଳା ପଥର ଛାତ୍ରୀ ଉଚ୍ଚ ବିଦ୍ୟାଳୟରେ  ସ୍କୁଲ ଛାତରୁ ପ୍ଲାଷ୍ଟର ଖସି ୫ ଜଣ ଛାତ୍ରୀ ଆହତ ହୋଇଥିବା ବେଳେ ଜଣେ ଶିକ୍ଷକ ବି ଆହାତ ହୋଇଛନ୍ତି। ସମସ୍ତଙ୍କୁ କଳାପଥର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଛି। ଆଜି ଧଳାପଥର କଳାପଥର ଛାତ୍ରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।

ଆହତ ଛାତ୍ରୀଙ୍କ ହାତ ମୁଣ୍ଡ , ଗୋଡରେ ଗଭୀର ଆଘାତ ଲାଗିବା ସହ ଓ ହାତର କାନ୍ଧରେ ଆହାତ ହୋଇଛି। ଦୁର୍ଭାଗ୍ୟର କଥା ହେଲା,  ୫-ଟି ରୂପାନ୍ତରିତ ବିଦ୍ୟାଳୟର ସ୍ମାର୍ଟକ୍ଲାସରେ ପାଠପଢା  ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। କିଛି ଦିନ ତଳେ ହିଁ ଏହି ସ୍କୁଲ ୫-ଟିରେ ରୂପାନ୍ତରିତ ହୋଇଥିଲା। ଚକାଚକ କରାଯାଇଥିବା ବିଦ୍ୟାଳୟ ରେ ପାଠ ପଢା ଚାଲିଥିବା ବେଳେ ସଦ୍ୟ ମରାମତି ହୋଇଥିବା ଛାତର ପ୍ଲାଷ୍ଟର ଅଚାନକ ଖସି ପଡ଼ିଥିଲା।ଯେଉଁଥିରୁ ୫-ଟିରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟର ଉନ୍ନତିକରଣ କାମ କେଉଁଭଳି ମାନର କରାଯାଇଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି।

ଅଧିକ ପଢନ୍ତୁ ଓଡ଼ିଶା  ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୫ଟି ବିଦ୍ୟାଳୟର ପ୍ଲାଷ୍ଟର ଖସି ୫ ଛାତ୍ରୀ ଆହତ  | Argus News