Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜଳଖିଆ ପ୍ଲେଟ୍ ଉପରେ ଥିବା ପତଳା ପଲିଥିନ ସାଜିଛି କ୍ୟାନ୍ସର୍‌ ବାହକ

Odisha

Microplastic Threat / ଜଳଖିଆ ପ୍ଲେଟ୍ ଉପରେ ଥିବା ପତଳା ପଲିଥିନ ସାଜିଛି କ୍ୟାନ୍ସର୍‌ ବାହକ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଜଳଖିଆ ପ୍ଲେଟ୍ ଉପରେ ଥିବା ପତଳା ପଲିଥିନ ସାଜିଛି କ୍ୟାନ୍ସର୍‌ ବାହକ
Microplastic Threat in Street Food

Key Points

  • ଜଳଖିଆ ପ୍ଲେଟ୍‌ରେ 'ଧିମା ବିଷ'
  • ପଲିଥିନ ପରଷୁଛି କ୍ୟାନ୍ସର !
  • ଟଙ୍କା ଦେଇ ଖାଦ୍ୟ ଖାଉଛନ୍ତି ନା ବିଷ ?
ବ୍ରହ୍ମପୁର: ସକାଳ ଏବଂ ସନ୍ଧ୍ୟାରେ ବାହାରେ ଜଳଖିଆ ଖାଇବାକୁ ପସନ୍ଦ କରନ୍ତି କି ? ସ୍ୱାଦିଷ୍ଟ ଜଳଖିଆ ପରଷିବା ବେଳେ ଦୋକାନୀ ପ୍ଲେଟ ଉପରେ ପେପର କିମ୍ବା ପତଳା ପଲିଥିନ ଟିଏ ପକାଇ ଦେଉଛି କି ? ଯଦି ହଁ, ତେବେ ସାବଧାନ ! ଏହି ଅଭ୍ୟାସ ଆପଣଙ୍କୁ କ୍ୟାନ୍ସର ଭଳି ମାରାତ୍ମକ ରୋଗ ଆଡ଼କୁ ଠେଲି ଦେଇପାରେ ।

ପଲିଥିନ ଉପରେ ଗରମ ଗରମ ସକାଳ ଜଳଖିଆ, ତା ସାଙ୍ଗକୁ ସ୍ୱାଦିଷ୍ଟ ତରକାରୀ ଓ ଚଟଣିରେ ପ୍ଲେଟ୍ ଫୁଲ୍ । କିନ୍ତୁ ଏହି ଖାଇବା ତଳେ ଥିବା ପଲିଥିନ ବା ପଲିଥିନ କୋଟେଡ୍ ପେପର ଶରୀର ପାଇଁ ସବୁଠୁ ବଡ଼ ଶତ୍ରୁ । ଗରମ ଖାଦ୍ୟ ସଂସ୍ପର୍ଶରେ ଆସିବା ମାତ୍ରେ ଏହି ପଲିଥିନ ତରଳିବାକୁ ଲାଗେ ଏବଂ ଏହାର ବିଷାକ୍ତ କେମିକାଲ୍ ଖାଦ୍ୟ ଜରିଆରେ ଆମ ପେଟକୁ ଯାଏ ।

ଏଥିସହ ପଢ଼ନ୍ତୁ: ରାୟଗଡ଼ାରେ ଯୁବକଙ୍କୁ ଅପହରଣ ପରେ ଗୁଳି ଫୁଟାଇ ହତ୍ୟା 

ଏହି ଭୟାବହତାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏବେ ବ୍ୟାପକ ସଚେତନତା ଜାରି କରାଯାଇଛି । ଖାଲି ବ୍ରହ୍ମପୁର ନୁହେଁ, ରାଜ୍ୟର ପ୍ରାୟ ସବୁ ସହରରେ ଏବେ ସମାନ ଅବସ୍ଥା ଷ ଜଳଖିଆ ଖାଇଲା ବେଳେ ଆମକୁ କିଛି ଜଣାପଡ଼େନି, କିନ୍ତୁ ଧିରେ ଧିରେ ଏହି ମାଇକ୍ରୋପ୍ଲାଷ୍ଟିକ ଶରୀରରେ ଜମା ହୋଇ ରୋଗ ସୃଷ୍ଟି କରେ । ସ୍ୱାସ୍ଥ୍ୟ ଗବେଷକଙ୍କ ମତରେ, ଏହି ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବର୍ଜନ କରିବା ହିଁ ଏକମାତ୍ର ବିକଳ୍ପ ।


ସମୟ ଆସିଛି ନିଜେ ସଚେତନ ହେବାର । ସ୍ୱାଦ ଅପେକ୍ଷା ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଅନ୍ତୁ । ପଲିଥିନ ଠାରୁ ଦୂରେଇ ପାରମ୍ପରିକ ଖଲ୍ଲି ପତ୍ର କିମ୍ବା କଦଳୀ ପତ୍ର ବ୍ୟବହାର କରିବା ପାଇଁ ସଂକଳ୍ପ ନିଅନ୍ତୁ । ମନେରଖନ୍ତୁ, ଆପଣଙ୍କର ଏହି ସତର୍କତା ହିଁ ଆପଣଙ୍କ ପରିବାରକୁ କ୍ୟାନ୍ସର ଭଳି ବିପଦରୁ ରକ୍ଷା କରି ପାରିବ ।

ଏଥିସହ ପଢ଼ନ୍ତୁ: ଆସିଲା ଓଡ଼ିଶା ସିଟି ଗ୍ୟାସ୍‌ ବଣ୍ଟନ ନୀତି,ଏଣିକି ସହଜରେ ମିଳିବ ଗ୍ୟାସ୍

ପଲିଥିନର ବିକଳ୍ପ

ଜଳଖିଆ ପ୍ଲେଟ୍‌ରେ ପଲିଥିନ ବଦଳରେ ଖଲ୍ଲି ପତ୍ର କିମ୍ବା କଦଳୀ ପତ୍ର ବ୍ୟବହାର କରାଯାଇ ପାରିବ । ଶାଳପତ୍ରକୁ ମଧ୍ୟ ପଲିଥିନର ବିକଳ୍ପ ଭାବେ ବ୍ୟବହାର କରାଯାଇ ପାରିବ । ଏ ଦିଗରେ ପ୍ରଶାସନିକ ସଚେତନତା ସହ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବା ଆବଶ୍ୟକ ୟ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Plastic Sheets on Breakfast Plates May Increase Cancer Risk | Argus News | Argus News